ପୁରୀ ଜିଲ୍ଲା ଗୋପ ଅନ୍ତର୍ଗତ ତହସିଲ ଛକରେ ଏକ ପିକନିକ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି. ଫଳରେ ଦୁର୍ଘଟଣାରେ 10 ଜଣ ଆହତ ହୋଇଥିବା ବେଳେ 3 ଜଣ ଗୁରୁତର ହୋଇଛନ୍ତି. ଖବର ପାଇବା ପରେ ଗୋପ ଅଗ୍ନିଶମ ବିଭାଗ ତରଫରୁ ଉଦ୍ଧାର ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇଥିଲା ଓ ପରେ ସେମାନଙ୍କୁ ତୁରନ୍ତ ଭୁବନେଶ୍ୱରକୁ ସ୍ଥାନାନ୍ତରିତ କରାଯାଇଥିଲା. ସୂଚନା ଅନୁସାରେ, କୋଣାର୍କ ଯିବା ପାଇଁ ଭଦ୍ରକରୁ ଗୋଟିଏ ପରିବାର ଏକ ବୋଲେରୋ କରି ବାହାରିଥିଲେ. ମାତ୍ର ଭାରସାମ୍ୟ ହରାଇ ଗାଡିଟି ଗଛରେ ପିଟି ଦେଇଥିଲା.

LEAVE A REPLY

Please enter your comment!
Please enter your name here