ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ଚାଉଳମେନ୍ଦୀ ଗ୍ରାମରେ ଟ୍ରାକ୍ଟର ଓଲଟି ଚାଳକର ମୃତ୍ୟୁ ହୋଇଛି । ଆଜି ସକାଳୁ ଦେବେନ୍ଦ୍ର ଚାର୍କୀ ନାମକ ଏକ ଯୁବକ ଟ୍ରାକ୍ଟର ସାହାର୍ଯ୍ୟରେ ଜମିରେ ହଳ କରୁଥିବା ସମୟରେ କାଦୁଅରେ ଗାଡି ଲାଖିଯାଇଥିଲା । ଦେବେନ୍ଦ୍ର ଗାଡିକୁ ବାହାର କରିବା ପାଇଁ ବହୁ ଚେଷ୍ଟା କରିଥିଲେ । କିନ୍ତୁ ବିଡମ୍ବନାର ବିଷୟ ଯେ,ଟ୍ରାକ୍ଟର ବାହାରିବା ପରିବର୍ତ୍ତେ ସେହିଠାରେ ଓଲଟି ପଡିଥିଲା । ଫଳରେ ଘଟଣା ସ୍ଥଳରେ ଟ୍ରାକ୍ଟର ତଳେ କାଦୁଅରେ ଚାପି ହୋଇ ଦେବେନ୍ଦ୍ରର ମୃତ୍ୟୁ ଘଟିଛି । ଖବର ପାଇ ମାଥିଲି ପୋଲିସ ପହଁଞ୍ଚି ମୃତ ଦେହ ଉଦ୍ଧାର କରି ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।

LEAVE A REPLY

Please enter your comment!
Please enter your name here