ଭୁବନେଶ୍ୱରର ଖଣ୍ଡଗିରିରେ ଛଅ ଲାଇନ ବିଷିଷ୍ଟ ଏନଏଚ ପାଇଁ ଭୂମିପୂଜନ ହୋଇଛି । ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ପ୍ରକଳ୍ପର ଭୂମିପୂଜା କରିଛନ୍ତି । ଭଦ୍ରକ- ବାଲେଶ୍ୱର, ଟାଙ୍ଗି-ଭୁବନେଶ୍ୱର, ଚଣ୍ଡିଖୋଲ-ଭୁବନେଶ୍ୱରକୁ ରାସ୍ତା ଓ ବାଲିକୁଦା ଶିଖରପୁର, ବଡ଼ଚଣାରେ ଭୂତଳ ବ୍ରିଜ ନିର୍ମାଣ ହେବ । ୧୧୯.୫ କିମି ଏନଏଚ ପାଇଁ ନିର୍ମାଣ ପାଇଁ ମୋଟ୍ ୨୦୬୭.୫କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି । କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ମିଳିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଏହି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଛଅ ଲେନ୍ ବିଶିଷ୍ଟ ଏନଏଚ ହେଲେ ଗମନା ଗମନ ଅଧିକ ସୁଗମ ହେବା ସହିତ ଟ୍ରାଫିକ ସମସ୍ୟା ଦୂର ହେବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

LEAVE A REPLY

Please enter your comment!
Please enter your name here