ବର୍ତ୍ତମାନ କୃଷିଋଣ ଛାଡ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ. ସାମାଜିକ ନ୍ୟାୟ ଅଭିଯାନ ପକ୍ଷରୁ କୃଷ୍ଣ ସଗରିଆଙ୍କ ନେତୃତ୍ୱରେ ଶନିବାର ରାଜଭବନ ସମ୍ମୁଖରେ ଧାରଣା ଦିଆଯାଇଛି. ଏହାଛଡା ଧାନ କ୍ୱିଣ୍ଟାଲ ପିଛା 2900 ଟଙ୍କା ସହ କୃଷିଋଣ ଛାଡ ପାଇଁ ମଧ୍ୟ ଦାବି ହୋଇଛି. ଅନେକ ସମସ୍ୟା ବିଶେଷ କରି ଚାଷୀମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଏହି ଧାରଣା ଦିଆଯାଇଛି. ଖଣି ମାଲିକଙ୍କ 50 ହଜାର କୋଟି ଛାଡ ପାଇଁ ଗୋଟିଏ କ୍ୟାବିନେଟ ବୈଠକ କରାଯାଉଛି ମାତ୍ର କୃଷକମାନଙ୍କୁ ସହାୟତା ଦେବା ପାଇଁ ସରକାର ଅନେକ ବୈଠକ କରୁଛନ୍ତି ଆଉ ଅନେକ କମିଟି ମଧ୍ୟ ଗଠନ କରୁଛନ୍ତି ବୋଲି କହିଛନ୍ତି ସଗରିଆ. ପୂର୍ବରୁ ସରକାର କୃଷକମାନଙ୍କୁ ସମସ୍ତପ୍ରକାର ସହାୟତା ପ୍ରଦାନ କରିବେ ଏବଂ କ୍ୱିଣ୍ଟାଲ ପିଛା 2950 ଟଙ୍କା କୃଷକ  ପାଇବା ଉଚିତ ବୋଲି କହିଥିଲେ ମାତ୍ର ଆଜି ସରକାର ସେ ସବୁକୁ ଭୁଲିଯାଇଛନ୍ତି. ଅନ୍ୟପଟେ ସରକାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବେ ବୋଲି ମଧ୍ୟ କହିଥିଲେ. କିନ୍ତୁ ଏ ସବୁରେ ବର୍ତ୍ତମାନ ସରକାର ଫେଲ୍ ବୋଲି ସେ କହିଛନ୍ତି. ଚାଷୀଙ୍କ ଅପେକ୍ଷା ସରକାର ବେଶି ମାତ୍ରାରେ ଖଣି ମାଲିକଙ୍କୁ ସହଯୋଗ କରୁଛନ୍ତି.

 

 

LEAVE A REPLY

Please enter your comment!
Please enter your name here