ଭୂମିହୀନଙ୍କୁ ଜମିପଟ୍ଟା ପ୍ରଦାନ ଦାବି ନେଇ କଳାହାଣ୍ଡି ଜିଲ୍ଲାରେ ଜୁନାଗଡ ଯୁବକଂଗ୍ରେସ ପକ୍ଷରୁ ରାସ୍ତା ରୋକ କରାଯାଇଥିଲା. ଶୁକ୍ରବାର ସକାଳୁ ଗୋଲାମୁଣ୍ଡା ବ୍ଲକର ସିନାପାଲି ମୁଖ୍ୟରାସ୍ତା ଅବରୋଧ କରିଥିଲା ଯୁବକଂଗ୍ରେସ. ଫଳରେ ଦୋକାନ ବଜାର ବନ୍ଦ ରହିବା ସହ ସମସ୍ତ ଗାଡି ଚଳାଚଳ ବନ୍ଦ ରହିଥିଲା. 8 ଦଫା ଦାବି ନେଇ ଏହି ଆନ୍ଦୋଳନକୁ ଓହ୍ଲାଇଥିଲା ଯୁବକଂଗ୍ରେସ. ତେବେ ଆଗାମୀ ଦିନରେ ଦାବି ପୂରଣ ନ ହେଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଯୁବକଂଗ୍ରେସ ସଭାପତି ସଉଲ ମଙ୍ଗରାଜ କହିଥିଲେ.

LEAVE A REPLY

Please enter your comment!
Please enter your name here