ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ କାଇମାଟି ପଞ୍ଚାୟତର ଗହମଖୁଣ୍ଟି ଗାଁରେ ଅନେକ ଯୋଗ୍ୟ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରୁ ବାଦ୍ ପଡିଥିବା ଅଭିଯୋଗ ହୋଇଥିଲା । ଏହାର ସମୀକ୍ଷା କରିବା ପାଇଁ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ନିଜେ ଘଟଣାସ୍ଥଳ ପରିଦର୍ଶନ କରିଥିଲେ । ସଂମ୍ପୃକ୍ତ ଅଞ୍ଚଳରେ ଅନେକ ଯୋଗ୍ୟ ହିତାଧିକାରୀ ଯୋଜନାରୁ ବାଦ୍ ପଡିଥିବା ଦେଖି ଘଟଣାସ୍ଥଳରେ ହିଁ ଅଧିକାରୀମାନଙ୍କ ଉପରେ ଭୀଷଣ ରାଗିଥିଲେ ମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କୌଣସି ସୀମା ନାହିଁ । ଯେତେ ହିତାଧିକାରୀ ହେଲେ ମଧ୍ୟ ଘର ପାଇପାରିବେ । ତେଣୁ, ପଇସା ନେଇ କାହିଁକି ରାଜନୀତି କରୁଛ ବୋଲି କହି ବିଡିଓ ଓ ପିଇଓଙ୍କୁ ତାଗିଦ କରିଥିଲେ ମନ୍ତ୍ରୀ । କେଉଁଠାକୁ ବଦଳି ହେବାକୁ ଚାହୁଁଚ ବୋଲି ମନ୍ତ୍ରୀ ସିଧାସଳଖ ପଚାରିଥିଲେ । ପରିଦର୍ଶନ ପରେ ମନ୍ତ୍ରୀ କହିଛନ୍ତି ଯେ ସର୍ଭେ ସମୟରେ କିଛି ଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକାରୁ କଟିଯାଇଛି । ପୁଣି ଥରେ ସର୍ଭେ କରି ଘର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । କେବଳ ସଦର ବ୍ଲକରେ ନୁହେଁ କାମାକ୍ଷାନଗର ବ୍ଲକରୁ ମଧ୍ୟ ସମାନ ଅଭିଯୋଗ ଆସିଥିଲା । କାମାକ୍ଷାନଗର ବ୍ଲକର ୨୨ଟି ପଞ୍ଚାୟତ ଆବାସ ଯୋଜନାରେ ଅନିୟମିତତା ହୋଇଥିବା ଲୋକେ କହିଥିଲେ ।

LEAVE A REPLY

Please enter your comment!
Please enter your name here