ଢେଙ୍କାନାଳ ଜିଲ୍ଲାରେ ହାତୀ ଉପଦ୍ରବ ଥମିବାର ନା ନେଉନାହିଁ. ଓଡାପଡା ବ୍ଲକର ଗୁଡିଆକାଟେଣା ଅଞ୍ଚଳରେ ହାତୀ ପଲଙ୍କ ଉପଦ୍ରବ ଲାଗି ରହିଛି. ଫଳରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣେ ମହିଳା ଆହତ ହୋଇଛନ୍ତି. ମୃତ ବୃଦ୍ଧ ଜଣଙ୍କ ଦୟାନିଧି ସାହୁ ବୋଲି ଜଣା ପଡିଛି. ଅନ୍ୟପଟେ ଆହତ ରଶ୍ମିତା ସାହୁଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି. ହାତୀ ଉପଦ୍ରବ ପାଇଁ ଗ୍ରାମବାସୀ 55 ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି. ଯେଉଁଥିପାଇଁ ଢେଙ୍କାନାଳ ଓ ଅନୁଗୁଳ ମଧ୍ୟରେ ଯାତାୟାତ ବାଧାପ୍ରାପ୍ତ ହୋଇଛି. ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ଗାଁ ଲୋକେ ଦାବି କରିଛନ୍ତି. ପରେ ଘଟଣାସ୍ଥଳରେ ମୋଟଙ୍ଗା ପୋଲିସ ପହଞ୍ଚି ବୁଝାସୁଝା କରିଛି

LEAVE A REPLY

Please enter your comment!
Please enter your name here