ମାଟ୍ରିକ ପ୍ରଶ୍ନପତ୍ର ଲିକ ହେବା ଥମିବାର ନା ନେଉନାହିଁ. ପରୀକ୍ଷା ଆରମ୍ଭରୁ ହିଁ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି. ଏବେ ଗଣିତ ପରୀକ୍ଷାର ସେଟ-ଡି ପ୍ରଶ୍ନପତ୍ର ଭାଇରାଲ ହେଇଛି. କଳାହାଣ୍ଡି ଓ ବଲାଙ୍ଗିରରେ ମୋବାଇଲରେ ଘୂରିବୁଲୁଛି ପ୍ରଶ୍ନପତ୍ର. କେଉଁ ଜାଗାରୁ ଏହା ଲିକ ହୋଇଛି ତାହା ମଧ୍ୟ ଜଣା ପଡିସାରିଛି. ତେବେ ପ୍ରଶ୍ନପତ୍ର ଲିକ କଥାକୁ ସ୍ୱୀକାର କରିଛନ୍ତି ବୋର୍ଡ ସଭାପତି ଜାହାନ ଆରା ବେଗମ. ଭାଇରାଲ ପ୍ରଶ୍ନପତ୍ର ସହ ଏକ ଆଡମିଟ କାର୍ଡ ଫଟୋ ମଧ୍ୟ ଭାଇରାଲ ହୋଇଥିବା ସୂଚନା ମିଳିଛି.  ତେବେ ଗଣିତର ଦୀର୍ଘ ଉତ୍ତରମୂଳକ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ଜାହାନ ଆରା ବେଗମ. ପ୍ରଶ୍ନପତ୍ର ଭାଇରାଲ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବୋର୍ଡ ସଭାପତି.

LEAVE A REPLY

Please enter your comment!
Please enter your name here