ଭୂବନେଶ୍ୱର ସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟର 14ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି. ଏହି ଉତ୍ସବରେ ରାଜ୍ୟପାଳ ଗଣେଶୀ ଲାଲ୍, ୱାର୍ଲଡ ଏକାଡେମୀ ଅଫ୍ ଆର୍ଟ ଆଣ୍ଡ କଲଚରର ବିରିଷ୍ଠ ଉପସଭାପତି ଅର୍ନୋଷ୍ଟ କାହାନା, ସ୍ୱିଜରଲ୍ୟାଣ୍ଡ ସାଂସଦ ନିକ୍ଲାସ ସାମୁଏଲ ଗଗର, ଆଧ୍ୟାତ୍ମିକ ଗୁରୁ ଗୌର ଗୋପାଳ ଦାସ, ବରିଷ୍ଠ ଅଭିନେତା ତଥା ଚଳଚ୍ଚିତ୍ର ନିର୍ଦ୍ଦେଶକ କବୀର ବେଦୀ ପ୍ରମୁଖ ଅତିଥି ଯୋଗ ଦେଇଥିଲେ. ତେବେ ଏହି ଉତ୍ସବରେ 2017-2018 ଶିକ୍ଷା ବର୍ଷରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସ୍ନାତ୍ତକ ଓ ସ୍ନାତ୍ତକୋତର ଡିଗ୍ରୀ ପ୍ରଦାନ କରାଯାଇଥିଲା.  ଶେଷରେ ପ୍ରଫେସର ଡ଼.ଅଚ୍ୟୁତ ସାମନ୍ତ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ସଫଳତା ପାଇଁ ଶୁଭେଚ୍ଛା ଜଣାଇଥିଲେ.

LEAVE A REPLY

Please enter your comment!
Please enter your name here