ମୃତ୍ୟୁ କେତେବେଳେ କେମିତି ଆସି ପହଞ୍ଚିଯାଏ, ତାହା କେହି କହିପାରନ୍ତି ନାହିଁ. ଠିକ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱରସ୍ଥିତ ଭିଏସଏସ ନଗର ଅଞ୍ଚଳରେ. ଜଣେ ମିସ୍ତ୍ରି ପାଇପ ଲାଇନ ଚାମ୍ବରରେ କାମ କରୁଥିବା ବେଳେ ହଠାତ ପାଣି ପଶିଯିବାରୁ ତାଙ୍କର ମୃତ୍ୟୁ ହୋଇଛି. ମୃତକ ମିସ୍ତ୍ରିଙ୍କ ନାଁ ବି. ରୁଦ୍ର ଦୋରା ବୋଲି ଜଣାପଡିଛି ଏବଂ ସେ ଗଣପତି ବସ୍ତିରେ ରହୁଥିଲେ. ସୂଚନା ଅନୁସାରେ, ଗତକାଲି ଭିଏସଏସ ନଗରରେ ପାଇପ ଲାଇନ ଚାମ୍ବରରେ କାମ ଚାଲିଥିଲା. ସେହି ସମୟରେ ରୁଦ୍ର ସେଠାରେ କାମ କରୁଥିଲେ. ମାତ୍ର କାମ ଚାଲିଥିବା ସମୟରେ ହଠାତ ପାଣି ପଶିଯାଇଥିଲା. ପରେ ସେ ବାହାରିବାକୁ ଉଦ୍ୟମ କରିଥିଲେ. ହେଲେ ତାଙ୍କ ହାତ ଚାମ୍ବର ଭିତରେ ଫସିଯାଇଥିଲା. ଯେଉଁଥିପାଇଁ ସେ ବାହାରକୁ ବାହାରି ପାରିନଥିଲେ. ବାହାରକୁ ଆସିବା ପାଇଁ ସେ ଆପ୍ରାଣ ଚେଷ୍ଟା କରୁଥିଲେ ଏବଂ ଚିତ୍କାର ମଧ୍ୟ କରୁଥିଲେ. ଏହା ଦେଖିବା ପରେ ସ୍ଥାନୀୟ ଲୋକେ ତାଙ୍କୁ ବଞ୍ଚାଇବାକୁ ବହୁତ ଚେଷ୍ଟା କରିଥିଲେ. ହେଲେ ସମସ୍ତ ଚେଷ୍ଟା ଶେଷରେ ବିଫଳ ହୋଇଥିଲା. ଆଉ ଆଖିବୁଜି ଦେଇଥିଲେ ରୁଦ୍ର. ହୁଏତ ତାଙ୍କ ଭାଗ୍ୟରେ ଏହା ହିଁ ଲେଖା ଥିଲା. ତେବେ ଏହି ଘଟଣା ପରେ ସାଧାରଣରେ ଏକ ପ୍ରଶ୍ନ ଉଠୁଛି ଯେ, କାମ ଚାଲିଥିବା ସମୟରେ ପିଏଚଡି କର୍ମଚାରୀ କେଉଁ ପରିସ୍ଥିତିରେ ପାଣି ଛାଡିଲେ ?

LEAVE A REPLY

Please enter your comment!
Please enter your name here