ଜଣେ ଥାନା ଏଏସଆଇଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣି ନବୀନ ନିବାସରେ ପହଁଚିଲେ ଦୁଷ୍କର୍ମ ପୀଡ଼ିତା | ନ୍ୟାୟ ଦାବିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୀଡ଼ିତା | ଯଦି ସରକାର ତାଙ୍କୁ ନ୍ୟାୟ ନଦିଅନ୍ତି ତେବେ ସେ ଆତ୍ମାହୁତି କରିବେ ବୋଲି କହିଛନ୍ତି | ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଏଏସଆଇ ଶୁଭେନ୍ଦୁ ବେହେରାଙ୍କ ବିରୋଧରେ ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ମହିଳା | ତେବେ ସେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନପାରି ତାଙ୍କ ଅଭିଯୋଗ ପ୍ରକୋଷ୍ଠରେ ଗୁହାରି ଜଣାଇଛନ୍ତି | ଅପରପକ୍ଷେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏଏସଆଇ ଶୁଭେନ୍ଦୁ ବେହେରା | ଏହା ସମ୍ପୂର୍ଣ ଭିତିହୀନ ଓ ଆକ୍ରୋଶ ମୂଳକ ବୋଲି କହିଛନ୍ତି ଏଏସଆଇ | ପୁରୁଣା ମାମଲାରେ ଗିରଫ କରିବାକୁ ଯାଇଥିବାରୁ ତାଙ୍କୁ ଫସା ଯାଇଥିବା କହିଛନ୍ତି |
ସୂଚନାଯୋଗ୍ୟ, ଗତ ମେ ୧୨ ତାରିଖରେ ପୋଲିସ ଅଭିଯୋଗକାରିଣୀଙ୍କ ଘର ଉପରେ ଚଢ଼ାଉ କରିଥିଲେ | ତାଙ୍କୁ ସ୍ୱାମୀ ଜଣେ ପଥର ମାଫିଆ ଓ ଏକ ପଥର ଚୋରା ଚାଲାଣ ମାମଲାରେ ତଦନ୍ତ ପାଇଁ ଯାଇଥିବା ବେଳେ ମହିଳାଙ୍କ ସ୍ୱାମୀ ଓ ତାଙ୍କ ଭାଇ ତହସିଲଦାରଙ୍କ ଉପରକୁ ଆକ୍ରମଣ କରିଥିଲେ | ତହସିଲଦାରଙ୍କ ଅଭିଯୋଗ ଆଧାରରେ ମେ ୧୨ ତାରିଖ ରାତିରେ ଏଏସ୍ଆଇ ତଦନ୍ତ ଲାଗି ଯାଇଥିଲେ । ତେବେ ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ ଓ ତାଙ୍କ ଭାଇ ମିଳିତ ଭାବେ ପୁଲିସକୁ ଆକ୍ରମଣ କରିଥିଲେ । ଫଳରେ ଏଏସ୍‌ଆଇ ଶୁଭେନ୍ଦୁ ବେହେରା ଆହତ ହୋଇଥିଲେ | ତାଙ୍କୁ ବାରିପଦା ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା | ପରେ ଅଭିଯୋଗ ଆଣିଥିବା ମହିଳାଙ୍କ ସ୍ୱାମୀ ଓ ଭାଇଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା |

LEAVE A REPLY

Please enter your comment!
Please enter your name here