ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରକୁ ସର୍ବଶ୍ରେଷ୍ଠ ବିମାନ ବନ୍ଦର ସମ୍ମାନ । ୨୦୧୮ ବର୍ଷ ପାଇଁ ଶ୍ରେଷ୍ଠ ବିମାନବନ୍ଦର ଭାବେ ସମ୍ମାନଜନକ ଏୟାରପୋର୍ଟ ସର୍ଭିସ୍‌ କ୍ୱାଲିଟି ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛି ଭୁବନେଶ୍ୱର ଏୟାରପୋର୍ଟ । ବିମାନବନ୍ଦରର ଆକାର ଓ ଅଞ୍ଚଳକୁ ଦୃଷ୍ଟିରେ ରଖି ଏହି ପୁରସ୍କାର ମିଳିଥିବା ସୂଚନା ଦେଇଛନ୍ତି ଏୟାରପୋର୍ଟର ନିର୍ଦ୍ଦେଶକ ସୁରେଶ ହୋତା । ବିଶ୍ୱସ୍ତରରେ ପ୍ରସ୍ତୁତ ହେଉଥିବା ବିମାନବନ୍ଦରର ଏହି ମାନ୍ୟତା ତାଲିକାରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦର ସ୍ଥାନ ପାଇବା ଉଭୟ ରାଜ୍ୟ ଓ ଦେଶ ପାଇଁ ନିହାତି ଭାବେ ଗୌରବର ବିଷୟ । ବିଜୁ ପଟ୍ଟନାୟକ ଏୟାର ପୋର୍ଟ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଚଣ୍ଡିଗଡ଼ ବିମାନବନ୍ଦର ଦ୍ୱିତୀୟ ସ୍ଥାନରେ ରହିଛି । ତୃତୀୟ ସ୍ଥାନରେ ରହିଛି ଇନ୍ଦୋର ଏୟାରପୋର୍ଟ, ଚତୁର୍ଥ ସ୍ଥାନରେ ଇଣ୍ଡୋନେସିଆର ଏସ୍‌ଏମ୍ ବଦାରୁଦ୍ଦିନ-୨ ଏୟାରପୋର୍ଟ, ପଞ୍ଚମ ସ୍ଥାନରେ ରହିଛି ଇଣ୍ଡୋନେସିଆର ଏସଏସ କାସିମ-୨ ଏୟାର ପୋର୍ଟ । ଷଷ୍ଠ ସ୍ଥାନରେ ଚୀନର ଇଚାଙ୍ଗ ସାନକ୍ସିଆ ବିମାନ ବନ୍ଦର ରହିଛି ।

LEAVE A REPLY

Please enter your comment!
Please enter your name here