ମହିଳା ଦିବସରେ ତାତିଲେ ମହିଳା . ସାଲିଆ ସାହିରେ ଚାଲିଥିବା ଧଳା ଜହର ବେପାରର କଲେ ପର୍ଦ୍ଦାଫାଶ୍ . ଯାହା ପୋଲିସ କି ଅବକାରୀ ବିଭାଗ କରିପାରିଲା ନାହିଁ, ମହିଳାମାନେ ତାହା ସମ୍ଭବ କରି ଦେଖାଇ ଦେଲେ. ଖାଲି ସେତିକି ନୁହେଁ, ଧଳା ଜହର ବେପାରରେ ଧରାପଡିଥିବା ତିନି ଯୁବକଙ୍କ ମଧ୍ୟରେ ଅଛନ୍ତି ଜଣେ ହୋମଗାର୍ଡ. ବସ୍ତି ଭିତରେ ରହି ନିଶା କାରବାରର ସାମ୍ରାଜ୍ୟ ବିସ୍ତାର କରିଥିଲେ ଏମାନେ. ତେବେ ସାଲିଆସାହିରେ ଚାଲିଥିବା ନିଶା କାରବାରରେ ପୋଲିସର ହାତ ରହିଛି ବୋଲି ଅଭିଯୋଗ କରିଛନ୍ତି ବସ୍ତି ବାସିନ୍ଦା.

ଚାରିଦିନ ତଳେ ଜଣେ ଡ୍ରଗସ ବେପାରୀଙ୍କୁ ଧରି ପୋଲିସ ଜିମା ଦେଇଥିଲେ ସାଲିଆ ସାହିର ମହିଳାମାନେ. ମାତ୍ର ସଂପୃକ୍ତ ଯୁବକଙ୍କ ଠାରୁ ଜବତ ଧଳା ଜହରକୁ ଲୁଚେଇବାକୁ ଉଦ୍ୟମ କରିଥିଲା ପୋଲିସ. ଏପରିକି ସଂପୃକ୍ତ ଯୁବକକୁ ପୋଲିସ ଛାଡି ଦେଇଥିବା ବସ୍ତିବାସିନ୍ଦା କହିଛନ୍ତି. ନିଶା କାରବାରରେ ଜଣେ ହୋମଗାର୍ଡଙ୍କୁ ଧରାଯିବା ପରେ ରାକେଟରେ ପୋଲିସ କର୍ମଚାରୀଙ୍କ ସଂପୃକ୍ତି ସ୍ପଷ୍ଟ ହୋଇଯାଇଛି. ଦିନକୁ ଦିନ ସାଲିଆ ସାହିରେ ଅବାଧ ନିଶା କାରବାର ଚାଲୁଥିବା ବେଳେ ମହିଳାମାନେ ଏକଜୁଟ ହୋଇ ନିଶା ବେପାରୀଙ୍କୁ ଧରିଛନ୍ତି.ମାତ୍ର ପୋଲିସର ପଦକ୍ଷେପ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବସ୍ତି ବାସିନ୍ଦା.

LEAVE A REPLY

Please enter your comment!
Please enter your name here