ଅଳ୍ପକେ ମୃତ୍ୟୁ ମୁହଁରୁ ବର୍ତ୍ତି ଯାଇଛନ୍ତି ସୁନ୍ଦରଗଡ ପୂର୍ବତନ ବିଧାୟକ ଯୋଗେଶ ସିଂହ. ଠିକ ସମୟରେ ତାଙ୍କୁ ଉଦ୍ଧାର କରାଯାଇନଥିଲେ ହୁଏତ ଏକ ବଡ ଅଘଟଣ ଘଟିଥାନ୍ତା. ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତି ପ୍ରାୟ 3ଟାରେ ଅନୁଗୁଳ ଜିଲ୍ଲା ଆଠଗଡର ଖନ୍ଦାନଳୀ ନିକଟରେ ଏହି ଦୁର୍ଘଟଣା ଘଟିଥିଲା. ସୁନ୍ଦରଗଡରୁ ଭୁବନେଶ୍ୱର ଯାଉଥିବା ସମୟରେ ଯୋଗେଶଙ୍କ ଗାଡି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା. ଯୋଗେଶଙ୍କ ସମେତ ଅନ୍ୟ ତିନି ଜଣ ମଧ୍ୟ ସେହି ଗାଡି ଭିତରେ ଥିଲେ. ତେବେ ସୌଭାଗ୍ୟବଶତଃ ସେହି ସମୟରେ କିଛି ଲୋକ ଏକ ବାହାଘରରେ ଯୋଗ ଦେଇ ଫେରୁଥିଲେ. ପରେ ଯୋଗେଶଙ୍କ ଗାଡିରୁ ଧୂଆଁ ବାହାରୁଥିବା ସେମାନେ ଦେଖିବାକୁ ପାଇଥିଲେ ଏବଂ ତୁରନ୍ତ ସେମାନଙ୍କୁ ଗାଡି ଭିତରୁ ବାହାର କରିଥିଲେ. ଆଉ କିଛି ସମୟ ପରେ ସେହି ଗାଡିରେ ନିଆଁ ଲାଗିଯାଇଥିଲା.  ଏହି ଦୁର୍ଘଟଣାପରେ ସାଙ୍ଗେସାଙ୍ଗେ ସେମାନଙ୍କୁ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ଓ ପରେ ଡାକ୍ତର ସେମାନଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରିଥିଲେ.

 

LEAVE A REPLY

Please enter your comment!
Please enter your name here