ବାଲେଶ୍ୱର ଜିଲ୍ଲା ବସ୍ତା ନିକଟରେ ଜାତୀୟ ରାଜପଥ ଅବରୋଧ କରିଛି ବିଜେପି. ଧାନ କିଣାରେ ଅନିୟମିତତା ଥିବା ଅଭିଯୋଗ କରି ବିଜେପି ପକ୍ଷରୁ ଏହି ଅବରୋଧ କରାଯାଇଥିଲା. ରାସ୍ତା ଉପରେ ଗଦା ଗଦା ଧାନ ବସ୍ତା ରଖି ଏହି ବିକ୍ଷୋଭ ପ୍ରଦର୍ଶନ କରିଥିଲା ବିଜେପି. ଯାହାଫଳରେ ଦୀର୍ଘ ସମୟ ଧରି ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ଓ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା.  ପରବର୍ତ୍ତୀ ସମୟରେ ପୋଲିସ ଆସି ସେମାନଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥିଲା. ମାତ୍ର ସେମାନେ ନିଜ ଜିଦରେ ଅଟଳ ଥିଲେ. ଉଭୟ କର୍ମୀ ଓ ପୋଲିସ ମଧ୍ୟରେ ଯୁକ୍ତିତର୍କ ମଧ୍ୟ ଦେଖିବାକୁ ମିଳିଥିଲା.

 

LEAVE A REPLY

Please enter your comment!
Please enter your name here