ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ କଂଗ୍ରେସ ଆରମ୍ଭ କରିଛି ମତ ସଂଗ୍ରହ ଅଭିଯାନ. ସୁଦର୍ଶନ ଦାସଙ୍କ ନେତୃତ୍ୱରେ ଗାଁ କୁ ଗାଁ ବୁଲୁଛନ୍ତି ସମସ୍ତ କଂଗ୍ରେସ କର୍ମୀ. ଶନିବାର ଆରମ୍ଭ ହୋଇଥିବା ମତ ସଂଗ୍ରହ ଅଭିଯାନରେ ଯୋଗ ଦେଇଥିଲେ ଶହ ଶହ କଂଗ୍ରେସ କର୍ମୀ. ପ୍ରତି ଗାଁ କୁ ଗାଁ ବୁଲି ଲୋକଙ୍କ ମତ ସଂଗ୍ରହ କରିବା ଏହାର ଲକ୍ଷ୍ୟ. ଜଳେଶ୍ୱରରେ ବିକଳ୍ପ ନେତୃତ୍ୱ ପାଇଁ ଆହ୍ୱାନ ଦେଇଛି କଂଗ୍ରେସ. ବିଭିନ୍ନ ପ୍ରତିଶ୍ରୁତି ଦେଇ ସରକାର ତାକୁ ପାଳନ କରୁନାହାନ୍ତି ବୋଲି କହିଛନ୍ତି ସୁଦର୍ଶନ ଦାସ. ଯଦି କଂଗ୍ରେସ ସରକାରକୁ ଆସେ, ତାହେଲେ ଲୋକଙ୍କ ସବୁ ଅସୁବିଧା ଦୂର ହେବ ବୋଲି ସେ କହିଛନ୍ତି.

 

LEAVE A REPLY

Please enter your comment!
Please enter your name here