ଧାମନଗର ବିଧାନସଭା ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ସୂର୍ଯ୍ୟବଂଶୀ ସୂରଜ । ସୂର୍ଯ୍ୟବଂଶୀ ସୂରଜ ପୈତୃକ ଗାଁ ତିହିଡି ମଙ୍ଗରାଜପୁର ଓ ଭଦ୍ରକ କୁଆଁସ ସ୍ଥିତ ବାସଭବନରେ ବାପାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ଭଦ୍ରକ ଉପଜିଲ୍ଲାପାଳଙ୍କ ଅଫିସକୁ ଏକ ବିଶାଳ ଶୋଭାଯାତ୍ରାରେ ଆସିଥିଲେ । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଓ ବରିଷ୍ଠ ନେତା ମନମୋହନ ସାମଲଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ କରିଥିଲେ । ଦିବଙ୍ଗତ ବିଧାୟକ ବିଷ୍ଣ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ଏବେ ବିଜେପି ଯୁବ ମୋର୍ଚ୍ଚାର ରାଜ୍ୟ ସଂପାଦକ ଭାବେ କାର୍ଯ୍ୟ କରୁଛନ୍ତି । ବିଷ୍ଣ ସେଠୀଙ୍କ ବିୟୋଗ ପରେ ଦଳ ତାଙ୍କ ପୁଅଙ୍କୁ ପ୍ରାର୍ଥୀ କରି ନିର୍ବାଚନ ଜିତିବା ପାଇଁ ଆଶା କରିଥିବା ବେଳେ କେବେ ଉପନିର୍ବାଚନ ହାରି ନ ଥିବା ବିଜେଡି କୌଣସିମତେ ବିଜେପି ହାତରୁ ଧାମନଗର ଆସନ ଛଡାଇ ଆଣିବା ପାଇଁ ରଣନୀତି ସ୍ଥିର କରୁଛି ।

LEAVE A REPLY

Please enter your comment!
Please enter your name here