ରାୟଗଡାରେ ଓଡିଶା ଅଣ ଗେଜେଟେଡ ବନ ସେବା ସଂଘର 12ତମ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି. ଏହି ଅଧିବେଶନରେ ମୁଖ୍ୟ ଅତିଥି ଭାବେ ରାୟଗଡା ଏସପି ସର୍ବଣା ବିବେକ ଓ ସମ୍ମାନୀତ ଅତିଥି ଭାବେ ଡିଏଫଓ ଦେବାର୍ଚ୍ଚନ ବେହେରା ପ୍ରମୁଖ ଯୋଗ ଦେଇଥିଲେ. ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେଉଥିବା କର୍ମଚାରୀଙ୍କୁ ସରକାର ଅବହେଳା କରୁଥିବା ଏହି ଅଧିବେଶନରେ ପ୍ରକାଶ ପାଇଥିଲା. ଏହାଛଡା ସେମାନଙ୍କ ଗ୍ରେଡ ପେ  ବୃଦ୍ଧି କରିବା, ଆବଶ୍ୟକୀୟ ନିଯୁକ୍ତି ସହ କର୍ମଚାରୀଙ୍କୁ ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ତାଲିମ ଦେବା ପାଇଁ ସଂଘ ପକ୍ଷରୁ ସରକାରଙ୍କୁ ନିବେଦନ କରାଯାଇଥିଲା. ଏହି କାର୍ଯ୍ୟକ୍ରମରେ ଅଣ ଗେଜେଟେଡ ବନ ସେବା ସଂଘର ସଭାପତି ଗୌରୀଶଙ୍କର ସାହୁଙ୍କ ସମେତ ସଂପାଦକ ସମୀର କୁମାର ବେହେରା ଓ ବନ ବିଭାଗ କର୍ମଚାରୀ ଉପସ୍ଥିତ ଥିଲେ.

LEAVE A REPLY

Please enter your comment!
Please enter your name here