ଖୋର୍ଦ୍ଧାର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଜିତୁ ମିତ୍ର ସୋମବାର ତାଙ୍କର ପୁରୁଣା ଦଳକୁ ଫେରି ଆସିଛନ୍ତି । ସେ ଆଜି ବିଜେପୀରୁ ଇସ୍ତଫା ଦେଇ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଗତ ୨୦୧୪ ନିର୍ବାଚନରେ ବିଜେପିରୁ ପ୍ରାର୍ଥୀ ହୋଇଥିଲେ ଜିତୁ ମିତ୍ର । ତାଙ୍କୁ ବିଜେଡି ଟିକେଟ ନଦେବାରୁ ସେ ବିଜେପିରେ ଯୋଗଦେଇ ଖୋର୍ଦ୍ଧା ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦିତା କରିଥିଲେ । କିନ୍ତୁ ତାଙ୍କ ଶିଷ୍ୟ ଓରଫ ବିଜେଡି ନେତା ରାଜେନ୍ଦ୍ର କୁମାର ସାହୁଙ୍କ ଠାରୁ ଅଳ୍ପ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ । ଏହାପରେ ସେ ବିଗତ ଦିନ ମାନଙ୍କରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡା ସମାଲୋଚନା କରୁଥିଲେ । ତେବେ ଆଜି ସେ ନବୀନ ନିବାସ ଯାଇ ବିଜେଡିରେ ସାମିଲ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here