ଇଣ୍ଡିଗୋ ଏୟାରଲାଇନ୍ସରେ ଯାତ୍ରା କରୁଥିବା ଜଣେ ବ୍ୟକ୍ତିଙ୍କ ଉପରେ ଖସିପଡିଲା କଳା ନାଗ । ଭୟଭୀତ ଯାତ୍ରୀଙ୍କ ଅଭିଯୋଗ କରିବା ସତ୍ତ୍ୱେ କୌଣସି ପ୍ରକାର କାର୍ଯାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏହା ପରେ ଯାତ୍ରୀ ଅଶ୍ୱିନୀ ଗୁପ୍ତା ଇଣ୍ଡିଗୋ କୁ ଲିଗଲ ନୋଟିସ୍ ପଠାଇଛନ୍ତି ।

ସୂଚନା ଅନୁଯାୟୀ, ଅଶ୍ୱିନୀ ଗୁପ୍ତା ନାମକ ଜଣେ କପଡ଼ା ବେପାରୀ ନିଜ ପୁଅ ନମନଙ୍କ ସହ ଜୁଲାଇ 28ରେ ଚଣ୍ଡୀଗଡ଼ ରୁ ମୁମ୍ବାଇ ଯାଉଥିଲେ. ବିମାନଟି ଟେକ୍ ଅଫ୍ କରିବାର କିଛି ସମୟ ପରେ ଅଶ୍ୱିନୀ ଖାଦ୍ୟ ଖାଇଲେ ଆଉ  1 ଘଣ୍ଟା ପରେ ତାଙ୍କ ଛାତି ଉପରେ ଏକ ବ୍ଲାକ କୋବ୍ରା ଖସିପଡିଥିଲା । ପାଖରେ ବସିଥିବା ଯାତ୍ରୀ ସାପଟିକୁ କାଢିବା ପାଇଁ  ସାହାଯ୍ୟ କଲେ ଓ ଯାତ୍ରୀ ଜଣଙ୍କ ବଞ୍ଚି ଯାଇଥିଲେ ।

ମାତ୍ର ବିମାନ କର୍ମଚାରୀଙ୍କ ଅବହେଳା ସମସ୍ତ ଯାତ୍ରୀଙ୍କୁ ଦୁଃଖିତ କରିଥିଲା ।

LEAVE A REPLY

Please enter your comment!
Please enter your name here