ପୁରୀରୁ ଲଢିବେ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ. ବାରାଣାସୀ ପରେ ପୂର୍ବ ଭାରତର ପ୍ରମୁଖ ଆଧ୍ୟାତ୍ମିକ ସହରରୁ ପ୍ରତିଦ୍ବନ୍ଦିତା କରିବେ କି ମୋଦୀ.ବିଜେପି ଫୋକସରେ ଓଡିଶା, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶାରୁ ପ୍ରତିଦ୍ବନ୍ଦିତା କରିବା ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି. ବିଜେପି ସଂସଦୀୟ ଦଳ ମୋଦୀ ବାରାଣାସୀରୁ ପ୍ରାର୍ଥୀ ହେବା ଉପରେ ଗୁରୁତ୍ବ ଦେଇଛି. ତେବେ ୨୦୧୪ ଭଳି ମୋଦୀ ଯଦି ଦୁଇଟି ଆସନରୁ ପ୍ରତିଦ୍ବନ୍ଦିତା କରିବାକୁ ସ୍ଥିର କରନ୍ତି, ତେବେ ବାରାଣାସୀ ପରେ ପୁରୀ ଲୋକସଭା ଆସନକୁ ମୋଦୀ ଅଧିକ ଗୁରୁତ୍ବ ଦେବାର ସମ୍ଭାବନା ରହିଛି. ମୋଦୀ ପୁରୀରୁ ପ୍ରାର୍ଥୀ ହେଲେ ବିଜେପି ଓଡିଶା ସମେତ ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶରେ ଭଲ ଫଳାଫଳ କରିବ ବୋଲି ଆକଳନ କରୁଛି. ୨୦୧୪ରେ ମୋଦୀ ଉତ୍ତର ପ୍ରଦେଶର ବାରାଣାସୀ ଓ ଗୁଜରାଟର ଭଦୋଦରା ଆସନରୁ ବିଜୟୀ ହୋଇଥିଲେ. ମାତ୍ର ସେ ବାରାଣାସୀରୁ ପ୍ରତିଦ୍ବନ୍ଦିତା କରିବା ଯୋଗୁ ଉତ୍ତରପ୍ରଦେଶରେ ବିଜେପି ୮୦ ଆସନରୁ ୭୧ଟିରେ ଜିତିବାକୁ ସକ୍ଷମ ହୋଇଥିଲା. ଏଥରକ ନିର୍ବାଚନରେ ବିଜେପି ପୂର୍ବ ଭାରତକୁ ଅଧିକ ଗୁରୁତ୍ବ ଦେଉଥିବାରୁ ମୋଦୀ ଓଡିଶାରୁ ପ୍ରାର୍ଥୀ ହେବାର ଅଧିକ ସମ୍ଭାବନା ରହିଛି.

LEAVE A REPLY

Please enter your comment!
Please enter your name here