ନିର୍ବାଚନ ଅଧିକାରୀଙ୍କ ବିରୋଧରେ ବିଜେଡିର ସାଙ୍ଘାତିକ ଅଭିଯୋଗ. ବିଜେପି ଚାପରେ କାମ କରୁଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ. କେନ୍ଦ୍ର ସରକାର ପିଏମ କିଷାନ ଯୋଜନାକୁ ଅନୁମତି ଦେଉଥିବା କାଳିଆ ଯୋଜନା ଟଙ୍କାକୁ ଅଟକାଉଛନ୍ତି. ଏମିତି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବିରୋଧରେ  ୧୧ଟି ଅଭିଯୋଗ ଆଣି ବିଜେଡି  ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭତ୍ସନା କରିଛି. ମୁଖ୍ୟ ନିର୍ବାଚନ ଅଧିକାରୀ ଆଦୌ ନିରପେକ୍ଷ ନୁହଁନ୍ତି ବୋଲି ବିଜେଡି କହିଛି.

ବିଜେଡି ମୁଖପାତ୍ର ସସ୍ମିତ ପାତ୍ର, ଲେଲିନ ମହାନ୍ତି, ସୁଲୋଚନା ଦାସ ଓ ସୁଲତା ଦେଓ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଡାକି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବିରୋଧରେ ପକ୍ଷପାତ ଅଭିଯୋଗ ଆଣି ଏମିତି ବର୍ଷିଛନ୍ତି. ସସ୍ମିତ କହିଛନ୍ତି,    ଯେଉଁଠି ପିଏମ୍ କିଷାନ ଯୋଜନାକୁ ସିଇଓ ଅନୁମୋଦନ ଦେଉଛନ୍ତି, ସେଠି କାଳିଆ ଯୋଜନାରେ ୨୦ ଲକ୍ଷ ଚାଷୀଙ୍କର ହାତକୁ କାହିଁକି ମାରି ଦିଆଯାଉଛି. ଜାଲ୍ ଗୁଇନ୍ଦା ରିପୋର୍ଟ ଦେଖାଇ ଲୋକଙ୍କୁ ବିଭ୍ରାନ୍ତ କରିବାକୁ ବିଜେପି ଚେଷ୍ଟା କରିଥିଲା ବେଳେ ସିଇଓ କାହିଁକି କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି. ପେଟ୍ରୋଲ ପମ୍ପ ଓ ଗ୍ୟାସ ଏଜେନ୍ସିକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କର ରାଜନୈତିକ ଅଭିସନ୍ଧି ରଖି ବ୍ୟବହାର କରୁଛନ୍ତି ।

ବିଭିନ୍ନ ଜାଗାରେ ସମସ୍ତ ପିଏସୟୁର ଅଫିସରେ, ବିଭିନ୍ନ ତେଲ ଟାଙ୍କିରେ ଆଜି ବି ବ୍ୟାନର, ପୋଷ୍ଟର ଏବଂ ହୋଡିଂ ଲାଗିଛି । ଏନେଇ ବିଜେଡି ନିର୍ବାଚନ ସେହିପରି ବିଭିନ୍ନ ଜାଗାରୁ, ଗାଡିରୁ, ପେଟ୍ରୋଲ ପମ୍ପରୁ ପୁଳା ପୁଳା ଟଙ୍କା ଜବତ କରାଯାଉଥିବା ବେଳେ ସିଇଓ କୌଣସି ଦୃଷ୍ଟାନ୍ତମୂଳକ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତି ବୋଲି ସସ୍ମିତ କହିଛନ୍ତି. ଦୂରଦର୍ଶନ ଟିଭି ଚ୍ୟାନେଲରେ ବିଜେପିର ସମସ୍ତ କାର୍ୟ୍ୟକ୍ରମ ଏବଂ ଯୋଜନା ଚଲାଯାଉଥିଲେ ମଧ୍ୟ କୌଣସି ପଦକ୍ଷେପ ସିଇଓ ନେଉନାହାଁନ୍ତି. ସିଇଓଙ୍କ ବିରୋଧରେ ବିଜେଡି ମୁଖ୍ୟ ନିର୍ବାଚନ କମିଶନଙ୍କୁ ଭେଟିବ ବୋଲି କହିଛି.

LEAVE A REPLY

Please enter your comment!
Please enter your name here