ମୁଣ୍ଡ ଉପରେ ଝୁଲୁଛି ଖଣ୍ଡା. କିଏ ଟିକଟ ପାଇବ, କିଏ ବାଦ ପଡିବ, ତାକୁ ନେଇ ଚାଲିଛି ଚର୍ଚ୍ଚା. ଜୁନାଗଡ ବିଜେଡି ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଟିକେଟ କଟିବା ଆଶଙ୍କାରେ ତାଙ୍କ ସମର୍ଥକମାନେ ଏବେ ଏକଜୁଟ ହୋଇଛନ୍ତି. ନିର୍ବାଚନ ମଣ୍ଡଳୀର ଲୋକପ୍ରତିନିଧି, ସରପଞ୍ଚ ଓ ସମିତି ସଭ୍ୟା ଏକାଠି ହୋଇ ଦିବ୍ୟଶଙ୍କରଙ୍କୁ ପୁଣି ଥରେ ପ୍ରାର୍ଥୀ କରିବାକୁ ଚାପ ପକାଇବା ଆରମ୍ଭ କରିଛନ୍ତି. ପୂର୍ବରୁ କଂଗ୍ରେସ ଓ  ବିଜେପି ହାତରେ ଥିବା ଜୁନାଗଡ ନିର୍ବାଚନମଣ୍ଡଳିରେ ଗତଥର ଦିବ୍ୟଶଙ୍କର ଭଲ ବ୍ୟବଧାନରେ ଜିତିଥିଲେ ମଧ୍ୟ ଏଥରକ ଆଶାୟୀ ତାଲିକାରେ ଏକାଧିକ ନେତା ରହିଛନ୍ତି .

 

LEAVE A REPLY

Please enter your comment!
Please enter your name here