ସମ୍ବଲପୁରରେ ହନୁମାନ ଜୟନ୍ତୀ ବେଳେ ହୋଇଥିବା ହିଂସାକାଣ୍ଡ ପାଇଁ ବିଜେପି ଗଠନ କରିଛି ଯାଞ୍ଚ କମିଟି । ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା ଏହି କମିଟି ଗଠନ କରିଛନ୍ତି ।
ଚାରିଜଣିଆ କମିଟିରେ ଉତ୍ତରପ୍ରଦେଶର ରାଜ୍ୟସଭା ସାଂସଦ ବ୍ରଜଲାଲ୍, ଝାଡଖଣ୍ଡର ରାଜ୍ୟସଭା ସାଂସଦ ସମୀର ଓରାଓଂ, ଆଦିତ୍ୟ ସାହୁ ଏବଂ ପଶ୍ଚିମବଙ୍ଗର ପୁରୁଲିଆ ସାଂସଦ ଜ୍ୟୋତିର୍ମୟ ମହାତୋ ରହିଛନ୍ତି । ଖୁବଶୀଘ୍ର ଏହି କମିଟି ଘଟଣାସ୍ଥଳ ପରିଦର୍ଶନ କରିବା ସହ ହିଂସାକାଣ୍ଡର କାରଣ, ହିଂସାକାଣ୍ଡରେ ରାଷ୍ଟ୍ରବିରୋଧୀଙ୍କ ସଂପୃକ୍ତି ରହିଛି କି ନାହିଁ ପ୍ରଭୃତି ଦିଗ ଉପରେ ଅନୁସନ୍ଧାନ କରି ଏକ ରିପୋର୍ଟ ଶ୍ରୀ ନଡ୍ଡାଙ୍କୁ ପ୍ରଦାନ କରିବ ।

LEAVE A REPLY

Please enter your comment!
Please enter your name here