ବାହା ହେବାକୁ ଯାଉଥିବା ବର ପୋଲିସକୁ ଦେଖି ଛୁ. ଏଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ. ଏହା ଶୁଣି ଆପଣ ଭାବୁଥିବେ ଯେ, ପୋଲିସକୁ ଦେଖି ବର କଣ ପାଇଁ ଚମ୍ପଟ ମାରିଲା. ଏହା ପଛରେ ନିହାତି କିଛି କାରଣ ରହିଥିବ. ଆଜ୍ଞା ହଁ, ସବୁରି ମୂଳରେ କାରଣ ହେଲା ପ୍ରେମ. ସୂଚନା ଅନୁସାରେ, ବାହା ହେବାକୁ ଯାଉଥିବା ଯୁବକ ଜଣଙ୍କ ପୂର୍ବରୁ ଜଣେ ଯୁବତୀଙ୍କୁ ଭଲପାଉଥିଲେ. ପ୍ରତିଶ୍ରୁତି ଦେଇ ଶେଷରେ କଥା ରଖିନଥିଲେ ପ୍ରେମିକ ଜଣଙ୍କ. ଉକ୍ତ ଯୁବତୀଙ୍କୁ ଧୋକା ଦେଇ ସେ ଆଉ ଜଣେ ଯୁବତୀଙ୍କୁ ବାହା ହେବାକୁ ବସିଥିଲେ. ଏହା ଜାଣିବା ପରେ ଯୁବତୀ ଜଣଙ୍କ ବାସୁଦେବପୁର ଥାନାରେ ନାଁରେ ଏତଲା ଦେଇଥିଲେ. ଫଳରେ ବିବାହ ଦିନ ପୋଲିସ ଯୁବକଙ୍କୁ ପିଛା କରିଥିଲା ଏବଂ ଧରିବା ପାଇଁ ଚେଷ୍ଟା କରିଥିଲା. ମାତ୍ର ସେ ପୋଲିସକୁବ ଦେଖି ଛୁ ହୋଇଯାଇଥିଲେ. କନ୍ୟାଘର ଲୋକେ ଏସବୁ ଜାଣିବା ପରେ ବରଙ୍କ ଦୁଇ ସଂପର୍କୀୟଙ୍କୁ ଅଟକ ରଖିଛନ୍ତି.

LEAVE A REPLY

Please enter your comment!
Please enter your name here