ନିର୍ବାଚନ ଲଢିବେ ଖିଲାଡୀ ଅକ୍ଷୟ କୁମାର ! ନିଜ କ୍ୟାରିୟର ଭିତରେ ସାମାଜିକ ତଥ୍ୟ ଉପରେ ଆଧାରିତ ଅନେକ ଫିଲ୍ମରେ କାମ କରିସାରିଛନ୍ତି ଅକ୍ଷୟ. ଆଉ ସେହି ଫିଲ୍ମଗୁଡିକ ବକ୍ସ ଅଫିସରେ ହିଟ୍ ମଧ୍ୟ ହୋଇଛି. ଆଉ କିଛି ଫିଲ୍ମରେ କେନ୍ଦ୍ର ସରକାରଙ୍କ ଯୋଜନା ସଂପର୍କରେ ମଧ୍ୟ ଚିତ୍ରିତ କରାଯାଇଛି. ସେହି ଫିଲ୍ମ ସବୁକୁ ନେଇ ଅକ୍ଷୟଙ୍କୁ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଥିଲା. ଆଉ ଏବେ ଏହି ସଂପର୍କିତ ତଥ୍ୟ ସାମ୍ନାକୁ ଆସିଛି. ଅକ୍ଷୟ ରାଜନୀତିରେ ପାଦ ଦେବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏକ ଇଣ୍ଟରଭ୍ୟୁରେ ଅକ୍ଷୟ ଏହି କଥାକୁ ସଂପୂର୍ଣ୍ଣରୂପେ ଖଣ୍ଡନ କରିଛନ୍ତି. ସେ କହିଛନ୍ତି ‘ସୋସାଇଟିକୁ ମୋତେ ଯାହା ମେସେଜ ଦବାର ଥାଏ କିମ୍ବା କିଛି କରିବାର ଥାଏ, ମୁଁ ଫିଲ୍ମ ମାଧ୍ୟମରେ ହିଁ ଭଲଭାବରେ କରିପାରେ. ମତେ ଲାଗୁନି ଯେ, ରାଜନୀତିରେ ଆସିଲେ ମୁଁ ଏଭଳି କରିପାରିବି’. ଆଉ ମୋତେ କେବେ ବି ରାଜନୀତିରେ ଆସିବାର ନାହିଁ.

LEAVE A REPLY

Please enter your comment!
Please enter your name here