ଓଲିଉଡ ହିରୋ ବାବୁସାନ୍ ବାପା ହୋଇଛନ୍ତି । ଓଡିଆ ଫିଲ୍ମରେ ବାବୁସାନଙ୍କ ଚକୋଲେଟ ଚେହେରାକୁ ଦେଖି ଦର୍ଶକ ଖୁବ୍ ପସନ୍ଦ କରନ୍ତି । ମଙ୍ଗଳବାର ବାବୁସାନ୍ ପୁତ୍ର ସନ୍ତାନର ବାପା ହୋଇଛନ୍ତି । ତାଙ୍କ ପତ୍ନୀ ତୃପ୍ତି ଭୁବନେଶ୍ୱରର ପଟିଆ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ସବୁବେଳେ ବାବୁସାନଙ୍କ ଫଟୋ ଭାଇରାଲ ହେଉଥିବାବେଳେ ଏବେ ତାଙ୍କ ନବ ଜନ୍ମିତ ପୁଅର ଫଟୋ ଭାଇରାଲ ହେବାରେ ଲାଗିଛି । ଏବଂ ସବୁଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ । ଦୁଇ ଦିନ ତଳେ ବାବୁସାନଙ୍କର ପତ୍ନୀ ତୃପ୍ତି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କରୋନା କଟକଣା ଥିବାରୁ କେହି ହସ୍ପିଟାଲ ଯାଇପାରିନାହାଁନ୍ତି । କେବଳ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଛନ୍ତି । ୨୦୧୪ ମସିହାରେ ବାନ୍ଧବୀ ତୃପ୍ତି ଶତପଥୀଙ୍କୁ ବିବାହ କରିଥିଲେ ବାବୁସାନ୍ । ତେବେ ଓଡିଆ ଫିଲ୍ମର ଏହି ହିରୋ ଏବେ ବାପା ହୋଇଥିବାରୁ ସବୁଆଡୁ ଆସୁଛି ଶୁଭେଚ୍ଛା ।

LEAVE A REPLY

Please enter your comment!
Please enter your name here