କ୍ରିକେଟର ଏସ୍‌. ଶ୍ରୀସନ୍ଥଙ୍କୁ ମିଳିଛି ବଡ଼ ଆଶ୍ୱସ୍ଥୀ । ସୁପ୍ରିମକୋର୍ଟ ଶ୍ରୀସନ୍ଥଙ୍କ ଉପରେ ଲାଗିଥିବା ଆଜୀବନ ବାସନ୍ଦକୁ ହଟାଇ ଦେବାକୁ ବିସିସିଆଇର ଶୃଙ୍ଖଳା କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି । ମାନ୍ୟବର କୋର୍ଟ ବିସିସିଆଇକୁ ୩ ମାସ ମଧ୍ୟରେ ପୂର୍ବତନ ବୋଲରଙ୍କ ଉପରେ ଲାଗିଥିବା ବାସନ୍ଦାଦେଶର ଅବଧି ସମ୍ପର୍କରେ ପୁନଃ ବିଚାର କରିବାକୁ କୁହାଯାଇଛି । କିନ୍ତୁ ସ୍ପଟ୍‌ ଫିକ୍ସିଂ ମାମଲାରୁ ତାଙ୍କୁ ମୁକ୍ତ କରାଯାଇଥିବାରୁ ତାଙ୍କୁ ଦଣ୍ଡିତ କରାଯିବା ଉଚିତ ନୁହେଁ ବୋଲି ଶ୍ରୀସନ୍ଥା ଯାଚିକା ଦାଖଲ କରିଥିଲେ। ଏହାକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ବଡ଼ ଦଣ୍ଡାଦେଶ ଉପରେ ବିସିସିଆଇର ଶୃଙ୍ଖଳା କମିଟି ଆଗରେ ଶ୍ରୀସନ୍ଥଙ୍କୁ ପକ୍ଷ ରଖିବାକୁ ସୁଯୋଗ ଦିଇଛନ୍ତି ଜଷ୍ଟିସ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ କେ. ଏମ୍‌. ଜୋଶେଫଙ୍କୁ ନେଇ ଗଠିତ ଖଣ୍ଡପୀଠ। କୋର୍ଟ ଆହୁରି କହିଛନ୍ତି ତାଙ୍କର ଏହି ରାୟ ଦିଲ୍ଲୀ ହାଇକୋର୍ଟରେ ଶ୍ରୀସନ୍ଥଙ୍କ ବିରୋଧରେ ଚାଲିଥିବା ଅପରାଧିକ ମାମଲା ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ୨୦୧୩ ମେ’ରେ ଆଇପିଏଲ ସ୍ପଟ୍‌ ଫିକ୍ସିଂରେ ଜଡ଼ିତ ଥିବାରୁ ରାଜସ୍ଥାନ ରୟାଲ୍ସ ଦଳର ସଦସ୍ୟ ଶ୍ରୀସାନ୍ଥ, ଅଙ୍କିତ ଚୌହ୍ବାନ ଓ ଅଜିତ ଚଣ୍ଡେଲା ଗିରଫ ହୋଇଥିଲେ। ୩ ଜଣ ଖେଳାଳିଙ୍କୁ ପରବର୍ତ୍ତୀ ସମୟରେ ବିସିସିଆଇ ପକ୍ଷରୁ ଆଜୀବନ ବାସନ୍ଦ କରାଯାଇଥିଲା। କୌଣସି ପ୍ରମାଣ ନ ମିଳିବାରୁ ୨୦୧୫ରେ ଦିଲ୍ଲୀ ହାଇକୋର୍ଟ ଶ୍ରୀସନ୍ଥା, ଚଣ୍ଡେଲା ଓ ଅଙ୍କିତଙ୍କୁ ସ୍ପଟ୍‌ ଫିକ୍ସିଂ ମାମଲରୁ ଦୋଷ ମୁକ୍ତ କରିଥିଲେ। ହେଲେ ଦିଲ୍ଲୀ ପୋଲିସ ଏହି ନିଷ୍ପତ୍ତିକୁ ବିରୋଧ କରି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

LEAVE A REPLY

Please enter your comment!
Please enter your name here