ଦୀର୍ଘ ୪ ବର୍ଷ ଦଳେ ବିଜେଡ଼ିରୁ ବିହିଷ୍କୃତ ହୋଇଥିବା ପ୍ରଫୁଲ୍ଲ ଘଡ଼େଇଙ୍କ ଉପରୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ବହିଷ୍କାର ଆଦେଶକୁ ପ୍ରତ୍ୟାହାର କରିଛନ୍ତି । ପୂର୍ବତନ ରାଜ୍ୟ ଅର୍ଥମନ୍ତ୍ରୀ ତଥା ସୁକିନ୍ଦା ବିଧାୟକ ପ୍ରଫୁଲ୍ଲ ଘଡ଼େଇଙ୍କୁ ଏବେ ଆଶ୍ୱସ୍ତି ମିଳିଛି । ଫଳରେ ପୁଣି ଥରେ ଦଳକୁ ଫେରିବାକୁ ଘଡ଼େଇଙ୍କୁ ସବୁଜ ସଙ୍କେତ ମିଳି ଯାଇଛି ।

ଆଜି ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ପ୍ରଫୁଲ୍ଲ ଘଡ଼େଇଙ୍କ ଉପରୁ ବହିଷ୍କାର ଆଦେଶକୁ ପ୍ରତ୍ୟାହାର କରିଛନ୍ତି । ଏ ନେଇ ଦଳ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଜାରି କରାଯାଇଛି ।

ସୁଚନାଅନୁସାରେ, ଗତ ୨୦୧୪ ମସିହା ସେପ୍ଟେମ୍ବର ୨୦ ତାରିଖରେ ଉପ-ସଭାପତି ଦାୟିତ୍ୱରେ ଥିବା ପ୍ରଫୁଲ୍ଲ ଚନ୍ଦ୍ର ଘଡ଼େଇଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା । ଦଳ ବିରୋଧୀ କାର୍ଯ୍ୟ ପାଇଁ ସଭାପତି ଏହି ନିଷ୍ପତ୍ତି ନେଇଥିଲେ । ଏକ ଦୈନିକ ଗଣମାଧ୍ୟମରେ ସାକ୍ଷାତକାରରେ ସେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କହିଥିଲେ । ଯାହାର ତ୍ୱରିତ କାର୍ଯ୍ୟାନୁଷ୍ଠାନରେ ମୁଖ୍ୟମନ୍ତ୍ରୀ ଘଡ଼େଇଙ୍କୁ ଦଳରୁ ବହିଷ୍କାର କରିଥିଲେ ।

LEAVE A REPLY

Please enter your comment!
Please enter your name here