ଭାରତ ଯୋଡୋ ଯାତ୍ରା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଶର ସୁରକ୍ଷା ଓ ନିରାପତ୍ତା ପ୍ରସଙ୍ଗ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ବିଜେପି କଡା ପ୍ରତିକ୍ରିୟା ପ୍ରକାଶ କରିଛି । ଭାରତ ଉପରେ ଚୀନ ଆକ୍ରମଣ ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ମୋଦି ସରକାର ଶୋଇ ରହିଛନ୍ତି ବୋଲି ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟ ଉପରେ ବିଜେପି କହିଛି, ଏହା ନେହରୁଙ୍କ ଭାରତ ନୁହେଁ । ବିଜେପି ମୁଖପାତ୍ର ରାଜ୍ୟବର୍ଦ୍ଧନ ସିଂ ରାଠୋର କହିଛନ୍ତି, ରାହୁଲ ଏଭଳି ମନ୍ତବ୍ୟ ଦେଇ ଦେଶର ସେନା ମନୋବଳକୁ ଦୁର୍ବଳ କରିଦେଉଛନ୍ତି । ଏହା ତାଙ୍କ ମହାନ ଅଣଅଜା ନେହରୁଙ୍କ ଅମଳର ଭାରତ ନୁହେଁ । ନେହରୁଙ୍କ ପାଇଁ 1962 ଯୁଦ୍ଧରେ ଭାରତକୁ 37 ହଜାର 242 ବର୍ଗଫୁଟ ଜମି ହରାଇବାକୁ ପଡିଥିଲା ।

ରାହୁଲ ଦେଶର ସୁରକ୍ଷା ପ୍ରସଙ୍ଗରେ ଏଭଳି ଦାୟିତ୍ବହୀନ ମନ୍ତବ୍ୟ ଦେବା ଅନୁଚିତ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here