ବରିଷ୍ଠ ରାଜନେତା ଦାମୋଦର ରାଉତଙ୍କ ପତ୍ନୀ ସ୍ନେହଲତାଙ୍କ ପରଲୋକ ହୋଇଛି. ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି. ମୃତ୍ୟୁ ବେଳକୁ ସ୍ନେହଲତାଙ୍କୁ 72 ବର୍ଷ ବୟସ ହୋଇଥିଲା. ତେବେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ସ୍ନେହଲତା. ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ଝିଅ ପ୍ରୀତିନନ୍ଦା ରାଉତରାୟ. ଦାମବାବୁଙ୍କ ପତ୍ନୀଙ୍କ ବିୟୋଗ ଖବର ଶୁଣି ତାଙ୍କ ସରକାରୀ କ୍ବାର୍ଟରରେ ପହଞ୍ଚିଥିଲେ ବିଭିନ୍ନ ଦଳର ନେତା, ସାମ୍ବାଦିକ ଓ ପ୍ରଶାସକ. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଦାମଙ୍କ ଘରେ ପହଞ୍ଚି ସ୍ନେହଲତାଙ୍କ ଶେଷ ଦର୍ଶନ କରିବା ସହ ଶୋକାକୁଳ ପରିବାର ପ୍ରତି ସମବେଦନା ଜଣାଇଛନ୍ତି. କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଦାମଙ୍କ ଘରେ ପହଞ୍ଚି ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ଶୋକ ପ୍ରକାଶ କରିଛନ୍ତି. ସୂଚନାଯୋଗ୍ୟ, ଦଳବିରୋଧୀ କାର୍ଯ଼୍ୟ ଅଭିଯୋଗରେ ଦାମୋଦର ରାଉତଙ୍କୁ ବିଜେଡିରୁ ବହିଷ୍କାର କରାଯିବା ପରେ ଗତ 14 ତାରିଖରେ ସେ ବିଜେପିରେ ଯୋଗ ଦେଇଛନ୍ତି. ଏମିତିକି ତାଙ୍କ ଝିଅ ପୂର୍ବତନ ବିଜେଡି କର୍ପୋରେଟର ପ୍ରୀତିନନ୍ଦା ମଧ୍ୟ ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି.

LEAVE A REPLY

Please enter your comment!
Please enter your name here