ପୁଣି ନଜରକୁ ଆସିଲା ଡାନ୍ସ ବାରର ଦୃଶ୍ୟ । ଭୁବନେଶ୍ୱରର ବିଭିନ୍ନ ଡାନ୍ସ ବାର୍ ଗୁଡିକରେ ରାତି ଅଧରେ ଦେଖିବାକୁ ମିଳୁଥିଲା ଯୁବତୀ ମାନଙ୍କର ଅର୍ଦ୍ଧନଗ୍ନ ନୃତ୍ୟ । ରାଜଧାନୀରେ ଏହି ଖବର ଏବେ ଚର୍ଚ୍ଚା ଜୋର ଧରିଛି । ୯୬ ଜଣ ଯୁବତୀ ରେଡ ହ୍ୟାଣ୍ଡ ଧରାପଡିବା ପରେ ସାଧାରଣ ଜନତା ଏହାକୁ ତାଚ୍ଛଲ୍ୟ କରିଛନ୍ତି । ପୋଲିସ ଏହି ଘଟଣାକୁ ଗୁରୁତର ଭାବେ ନେବା ସହ ତନାଘନା ଜାରି ରଖିଛି । ଡିସିପି ଅନୁପ କୁମାର ସାହୁ କହିଛନ୍ତି ବିନା ସ୍ୱୀକୃତିରେ ଯେଉଁମାନେ ଯୁବତୀମାନଙ୍କୁ ମଦ ଆସରରେ ନଚାଉଛନ୍ତି ,ସେମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଅବକାରୀ ଆଇନ ମୁତାବକ ଯୁବତୀ ମାନଙ୍କୁ ବାରରେ ନିଯୁକ୍ତି ଦିଆଯିବ ନାହିଁ । ଏହା ଆଇନଗତ ଅପରାଧ । ସାଉଣ୍ଡ ସିଷ୍ଟମର ଲିମିଟେସନ ରହିଥିବା ବେଳେ ସେମାନେ ବିଳମ୍ବିତ ରାତ୍ରି ଯାଏ ଏହି ସାଉଣ୍ଡ ସିଷ୍ଟମ ବ୍ୟବହାର କରି,ନିୟମ ଉଲ୍ଲଘଂନ କରୁଛନ୍ତି । ଅନ୍ୟ ପଟେ ରେଷ୍ଟୁରାଣ୍ଟ ଓ ବାର ମାଲିକ ସଂଘ ସଭାପତି ସତ୍ୟ ମହାନ୍ତିଙ୍କ କହିବା କଥା ସେମାନେ ବାର୍ ସ୍ୱୀକୃତି ମାଗିବା ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ତାଙ୍କୁ ଲାଇସେନ୍ସ ଦେବାପାଇଁ ହାଇକୋର୍ଟ ଆଦେଶ ଦେଇଥିଲେ ମଧ୍ୟ ଏଯାଏଁ ତାଙ୍କୁ ପ୍ରଦାନ କରାଯାଇ ନାହିଁ । କୋର୍ଟ ଏହାକୁ ସ୍ୱୀକୃତି ଦେବାପାଇଁ ସ୍ପଷ୍ଟ କରିଛନ୍ତି । ଏଣୁ ଏହା ବେଆଇନ ନୁହେଁ ବୋଲି ରେଷ୍ଟୁରାଣ୍ଟ ଓ ବାର ମାଲିକ ସଂଘ ସଭାପତି କହିଛନ୍ତି । ଏସବୁ ମଧ୍ୟରେ ବାର୍ ଗାର୍ଲମାନେ ପ୍ରଶ୍ନ କରୁଛନ୍ତି ସେମାନେ କଣ କାରିବେ, କାରଣ ଏହା ଦ୍ୱାରା ସେମାନେ ତାଙ୍କ ପେଟ ପୋଷୁଥିଲେ । ବାରଗାର୍ଲ ମାନେ ଅଭିଯୋଗ କରିଛନ୍ତି ସେମାନଙ୍କ ବୟସ ୨୧ରୁ ଉର୍ଦ୍ଧ ଏଣୁ ଅବକାରୀ ନିୟମ ଅନୁଯାଇ ଏହା ଆଇନ ବିରୋଧୀ ନୁହଁ । ପରିବାର ପୋଷିବା ପାଇଁ ସେମାନେ ଦୁଇ ଶହରୁ ତିନି ଶହ କିଲୋମିଟର ଦୁରରୁ ଆସି ବାରରେ ନାଚୁଛନ୍ତି । ପୋଲିସ ଏମିତି ଆମ ପେଟକୁ ନାତ ମାରିବା ଠିକ ନୁହଁ ବୋଲି ବାରଗାର୍ଲ ମାନେ ଅଭିଯୋଗ କରିଛନ୍ତି । ଅନ୍ୟପଟେ କଟକ ରୋଡରେ ଥିବା ଏହି ବାର୍ ଗୁଡିକୁ ଲାଗି ସାଧାରଣ ଲୋକଙ୍କ ଘର ରହିଛି । ସେମାନେ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାତିରେ ନିଶାସକ୍ତ ଯୁବକ ମାନଙ୍କ ଉନ୍ମତ୍ତ କାଣ୍ଡ ଘଟାଉଛନ୍ତି, ଯାହା ଦେଖି ଅତିଷ୍ଠ ହେଲେଣି ସ୍ଥାନିୟ ବାସିନ୍ଦା । ତେବେ ଏବେ ଦେଖିବାକୁ ବାକି ରହିଲା ରାତି ଅଧର ସେହି ଅର୍ଦ୍ଧନଗ୍ନ ନୃତ୍ୟରେ ଏଇଠି ପୂର୍ଣ୍ଣଛେଦ ପଡୁଛି ନା ଆଗକୁ ଜାରି ରହୁଛି ।

LEAVE A REPLY

Please enter your comment!
Please enter your name here