ସନ୍ଦେହ ଘେରରେ ରାୟଗଡା ସହକାରୀ ଜିଲ୍ଲାପାଳଙ୍କ ମୃତ୍ୟୁ. ସହକାରୀ ଜିଲ୍ଲାପାଳ ଶିବ ପ୍ରସାଦ ପାଣିଗ୍ରାହୀ ଶନିବାର ରାତି ସାଢେ ଦଶଟାରେ ଘରକୁ ଫେରିଥିଲେ. ସକାଳେ ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା. ମାତ୍ର ଡାକ୍ତରଙ୍କ ଉଦ୍ୟମ ସତ୍ତ୍ବେ ଆଖି ବୁଜି ଦେଇଥିଲେ ଶିବ ପ୍ରସାଦ. ମାନସିକ ଚାପରେ ଥିବା ଶିବପ୍ରସାଦ ଅତ୍ୟଧିକ ଔଷଧ ଖାଇ ଆତ୍ମହତ୍ୟା କରିଛନ୍ତି ବୋଲି କୁହାଯାଉଛି.
ତେବେ କଣ ହୋଇପାରେ ସହକାରୀ ଜିଲ୍ଲାପାଳ ଶିବ ପ୍ରସାଦଙ୍କ ଆତ୍ମହତ୍ୟାର ରହସ୍ୟ.
କାହିଁକି ମୃତ୍ୟୁକୁ ଆପଣେଇ ନେଲେ ସେ. କାହାର ମାନସିକ ନିର୍ଯାତନା ତାଙ୍କୁ ଅସହ୍ୟ ହେଲା.
ଶିବ ପ୍ରସାଦଙ୍କ ପୁତୁରା କହିବା ଅନୁଯାୟୀ ଦୀର୍ଘ ଦିନ ଧରି ତାଙ୍କ ଦାଦା ମାନସିକ ଚାପରେ ରହିଥିଲେ. ଉପଜିଲ୍ଲାପାଳ କୁଆଡେ ତାଙ୍କୁ ମାନସିକ ଭାବେ ନିର୍ଯାତନା ଦେଉଥିଲେ. ଏପରିକି ସ୍ତ୍ରୀଙ୍କ ଦେହ ଖରାପ ସତ୍ତ୍ବେ ତାଙ୍କୁ ଛୁଟି ଦେଉ ନଥିଲେ. ଏମିତି ମାନସିକ ଚାପ ଭିତରେ ଥିବା ତାଙ୍କ ଦାଦା ସହକାରୀ ଜିଲ୍ଲାପାଳ ଶିବ ପ୍ରସାଦ ଅତ୍ୟଧିକ ଔଷଧ ଖାଇ ଦେଇଥିବା କୁହାଯାଉଛି. ତେବେ ଉପଜିଲ୍ଲାପାଳ ଏମିତି ଅଭିଯୋଗକୁ ଅସ୍ବୀକାର କରିଛନ୍ତି.
ସହକାରୀ ଜିଲ୍ଲାପାଲଙ୍କ ମୃତ୍ୟୁକୁ ନେଇ ଥାନାରେ ଅଭିଯୋଗ ହୋଇ ନଥିଲେ ମଧ୍ୟ ପୋଲିସ ଅନୁସନ୍ଧାନ କରିବା ଆରମ୍ଭ କରିଛି.