ବିଜେପିରେ ଯୋଗଦେଲେ ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ର. ବିଜେପି ରାଜ୍ୟ କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଶ୍ରୀ ମିଶ୍ର ବିଜେପିରେ ଯୋଗ ଦେଇ ରାଜନୈତିକ କ୍ୟାରିଅର ଆରମ୍ଭ କରିଛନ୍ତି. 2012ରୁ 2014 ଦୁଇବର୍ଷ ପାଇଁ ଓଡିଶା ପୋଲିସ ମହାନିର୍ଦ୍ଦେଶକ ପଦରେ ଥିବା ଶ୍ରୀ ମିଶ୍ରଙ୍କ ବିରୋଧରେ ଭିଜିଲାନ୍ସ ମୋକଦ୍ଦମା କରାଯାଇ ଡିଜିପି ଦାୟିତ୍ବରୁ ଅବ୍ୟାହତି ଦିଆଯାଇଥିଲା. ପରେ ସୁପ୍ରିମକୋର୍ଟ ଏହି ଅଭିଯୋଗକୁ ଖାରଜ କରିଦେଇଥିଲେ. ପରବର୍ତ୍ତୀ ଅବସ୍ଥାରେ କେନ୍ଦ୍ର ସରକାର ଶ୍ରୀ ମିଶ୍ରଙ୍କୁ ସିଆରପିଏଫ ଡିଜି ପଦରେ ଅବସ୍ଥାପିତ କରିଥିଲେ. ବିଜେପିରେ ଯୋଗ ଦେବା ପରେ ଶ୍ରୀ ପ୍ରକାଶ ମିଶ୍ର ଦଳରୁ କଟକ ଲୋକସଭା ଆସନରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି କୁହାଯାଉଛି.

LEAVE A REPLY

Please enter your comment!
Please enter your name here