ଗୁରୁବାରଠାରୁ ରାଜଧାନୀର ପୋଲିସ ଭବନରେ ଆଇପିଏସ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ୬୧ତମ ଆଇପିଏସ ସମ୍ମିଳନୀ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଗୁରୁବାର ଆରମ୍ଭ ହୋଇଥିବା ସମ୍ମିଳନୀକୁ ପୋଲିସ ମହାନିଦେ୍ର୍ଦଶକ ରାଜେନ୍ଦ୍ର ପ୍ରସାଦ ଶର୍ମା ଉଦଘାଟନ କରିଛନ୍ତି । ସମସ୍ତ ଜିଲ୍ଲାର ଏସପି, ରେଂଜ ଆଇଜି, ଡିଆଇଜି ଏଥିରେ ସାମିଲ ହୋଇଛନ୍ତି । ସମ୍ମିଳନୀରେ ଭିଜିଲାନ୍ସ, ଗୃହରକ୍ଷୀ, ଅଗ୍ନିଶମ, ନାଗରିକ ସୁରକ୍ଷା, କାରାଗାର ବିଭାଗର ବରିଷ୍ଠ ଅଧିକାରୀ, ମାନବାଧିକାର କମିଶନ ଅଧିକାରୀମାନେ ମଧ୍ୟ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି । ଏହି ତିନିଦିନିଆ ସମ୍ମିଳନୀରେ ନିର୍ବାଚନ ସୁପରିଚାଳନା ପ୍ରମୁଖ ପ୍ରସଙ୍ଗ ରହିବା ସହ ସୋସିଆଲ ମିଡିଆ, କ୍ରାଇମ ମୁକାବିଲା, ନକ୍ସଲ ଦମନ, ଥାନାରେ ଡିଜିଟାଇଜେସନ ଇତ୍ୟାଦି ଉପରେ ଫୋକସ କରାଯିବ । ୧୯ର ଉଦଯାପନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

LEAVE A REPLY

Please enter your comment!
Please enter your name here