ରାୟଗଡା ବିଧାନସଭା ଆସନ ପାଇଁ ଆଜି ନାମାଙ୍କନ ପତ୍ରର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି । ଯାଞ୍ଚ ପ୍ରକ୍ରିଆରେ ଦୁଇ ଜଣ ସ୍ୱାଧୀନ ପ୍ରାର୍ଥୀ ବିଭୀଷଣ ମାଝୀ ଓ ଅମ୍ବିକା ମାଝୀଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଯାଇଥିବାବେଳେ ଅନ୍ୟ ୫ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାଏମ ରହିଛି । ୨୫ ବର୍ଷରୁ କମ୍ ଓ ଆବଶ୍ୟକୀୟ କାଗଜପତ୍ର ଦାକଲ କରିନଥିବା ଯୋଗୁଁ ସ୍ୱାଧୀନ ପ୍ରାର୍ଥୀ ଅମ୍ବିକା ମାଝୀଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଯାଇଥିବାବେଳେ ବିଭୀଷଣ ମାଝୀ ମଧ୍ୟ ରିଟଣ୍ଣିଂ ଅଧିକାରୀଙ୍କ ନିକଟରେ ଆବଶ୍ୟକ ପ୍ରାର୍ଥୀପତ୍ର ଦାଖଲ କରିନଥିଲେ । ଯାହାଫଳରେ ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀ ପ୍ରମୋଦ କୁମାର ପ୍ରଧାନ ପ୍ରାର୍ଥୀ ପତ୍ରକୁ ନାକଚ କରିଦେଇଥିଲେ । ବିଜେଡି ପ୍ରାର୍ଥୀ ଲାଲ ବିହାରୀ ହିମିରିକା, ବିଜେପି ପ୍ରାର୍ଥୀ ବସନ୍ତ ଉଲାକା , କଂଗ୍ରେସ ପ୍ରାର୍ଥୀ ଆପଲସ୍ୱାମୀ କାଡ୍ରାକା , ସ୍ୱାଧୀନ ପ୍ରାର୍ଥୀ ମକରନ୍ଦ ମୁଦୁଲି ଏବଂ ପୂର୍ଣ୍ଣବତୀ ମାଝୀଙ୍କ ପ୍ରାର୍ଥୀପତ୍ର କାଏମ ରହିଛି ।

LEAVE A REPLY

Please enter your comment!
Please enter your name here