ବାରମ୍ବାର ବାଘ ଚମଡା ଚୋରା ଚାଲାଣ ହେଉଥିବା ସାମ୍ନାକୁ ଆସୁଛି. ଗତ କିଛି ଦିନ ତଳେ ମୟୁରଭଞ୍ଜ ଜିଲ୍ଲାରେ ବାଘ ଚମଡା ଜବତ ହୋଇଥିବା ବେଳେ ଏବେ ପୁଣି କଳାହାଣ୍ଡି ଜିଲ୍ଲାରେ ଜବତ ହୋଇଛି ବାଘ ଚମଡା. ବିଶ୍ୱନାଥପୁର ଧଅଁରକଣ୍ଟାରେ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଏହା ସାମ୍ନାକୁ ଆସିଥିଲା. ଦୁଇ ବେପାରୀ ଏକ ପଲସର ବାଇକରେ ବାଘ ଚମଡା ନେଇ ଯାଉଥିଲେ. ଯାଞ୍ଚ ସମୟରେ ସେମାନେ ଏହି ବାଘ ଚମଡା ନେଇ ଯାଉଥିବା ଦେଖିବାକୁ ମିଳିଥିଲା. ପରେ ପୋଲିସ ସେମାନଙ୍କୁ ଧରିବା ପାଇଁ ଚେଷ୍ଟା କରୁଥିଲା. ମାତ୍ର ସେମାନେ ପୋଲିସକୁ ଚକମା ଦେଇ ଫେରାର ହୋଇଯାଇଥିଲେ.

 

LEAVE A REPLY

Please enter your comment!
Please enter your name here