ଗୁରୁବାର ବିଜେଡିରୁ ଇସ୍ତଫା ଦେଇଛନ୍ତି ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନା. ନିଜ ଇସ୍ତଫା ପତ୍ରକୁ ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି. ଇସ୍ତଫା ପତ୍ରରେ ସେ ନିଜର ଅସନ୍ତୋଷ ବ୍ୟକ୍ତ କରି ଦଳ ତାଙ୍କୁ ଅଣଦେଖା କରିଥିବା ଉଲ୍ଲେଖ କରିଛନ୍ତି. ସେ ଆହୁରି ମଧ୍ୟ କହିଛନ୍ତି ଓଡିଶାରେ ପ୍ରାୟ 40 ପ୍ରତିଶତ ଲୋକ ହେଉଛନ୍ତି ଅନୂସୁଚିତ ଜାତି ଓ ଜନଜାତି. ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀ ଭୋଟ ପାଉଛନ୍ତି. ମାତ୍ର ରାଜ୍ୟରେ ସେମାନଙ୍କ ଉପରେ ଅତ୍ୟାଚାର ଦିନକୁ ଦିନ ବଢି ଚାଲିଛି. ଏଥିପାଇଁ ସେ ଦଳ ଛାଡୁଛନ୍ତି. ତେବେ ବିଜେଡିରୁ ଇସ୍ତଫା ଦେବା ସହ ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି ମୋହନ.  ଅନ୍ୟପଟେ ପୁରୀର ପୂର୍ବତନ ଅଧ୍ୟକ୍ଷ ଜୟନ୍ତ କୁମାର ଷଡଙ୍ଗୀ ମଧ୍ୟ ବିଜେଡିରୁ ଇସ୍ତଫା ଦେଇଛନ୍ତି.

LEAVE A REPLY

Please enter your comment!
Please enter your name here