କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଟାର୍ଗେଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ.କୋଲ୍ ବ୍ଲକ୍‌ ଆବଣ୍ଟନରେ ମୁଖ୍ୟମନ୍ତ୍ରୀଙ୍କ ସଂପୃକ୍ତି ଅଭିଯୋଗ କରି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି ନବୀନଙ୍କୁ. ପ୍ରଥମ ପ୍ରଶ୍ନ ଖଣି ଲିଜ ଦିଆଯାଇଥିବା ମହାରାଷ୍ଟ୍ରର ଜି.ଡି ଡାଗା କିଏ ? ଦ୍ୱିତୀୟ ପ୍ରଶ୍ନ ଏହି ମାମଲାରେ ନବୀନଙ୍କୁ ସିବିଆଇ ଜେରା କରିଛି କି ନାହିଁ ? ତୃତୀୟ ପ୍ରଶ୍ନ ନାମାଙ୍କନ ସତ୍ୟପାଠରେ ନବୀନ ଏହାକୁ ଉଲ୍ଲେଖ କରିଛନ୍ତି କି ନାହିଁ ?
କେନ୍ଦ୍ରରେ ନବୀନ କୋଇଲା ମନ୍ତ୍ରୀ ଥିବା ବେଳେ ଭୁତ କଂପାନୀକୁ କୋଇଲା ଖଣି ଲିଜ୍ ଦେଇଥିଲେ ବୋଲି ଅଭିଯୋଗ କରିଛନ୍ତି ଧର୍ମେନ୍ଦ୍ର.
ଧର୍ମେନ୍ଦ୍ରଙ୍କ ପ୍ରଶ୍ନବାଣକୁ ପ୍ରଶ୍ନବାଣରେ ଜବାବ ଦେଇଛି ବିଜେଡି.ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ପ୍ରଶ୍ନ କରିଛନ୍ତି, ବ୍ୟାପମ ଅଭିଯୁକ୍ତ ସୁଧୀର ଶର୍ମା ସହ କେନ୍ଦ୍ରମନ୍ତ୍ରୀଙ୍କ ସଂପର୍କ ଅଛି କି ନାହିଁ.ଲକ୍ଷ୍ମୀଦତ୍ତ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ପାଇଁ ଗେଷ୍ଟହାଉସ ବୁକିଂ ସାଙ୍କେ ମନ୍ତ୍ରୀ ଜଡିତ କି ନାହିଁଗ୍ୟାଙ୍ଗଷ୍ଟର ଟିଟୋକୁ ପେଟ୍ରୋଲ ପମ୍ପ ଆବଣ୍ଟନରେ ଦୁଇବର୍ଷ ହେଲାଣି ତଦନ୍ତ କରୁଥିବା ସିବିଆଇ ରିପୋର୍ଟ କୁଆଡେ ଗଲା.
ପ୍ରଶ୍ନବାଣର ଜବାବ ପ୍ରଶ୍ନବାଣରେ ଦେଇ ଦୁଇ ଦଳର ନେତା ଉତ୍ତର ଭୋଟରଙ୍କ ଉପରେ ଛାଡି ଦେଇଛନ୍ତି.

LEAVE A REPLY

Please enter your comment!
Please enter your name here