ବାଲେଶ୍ୱର ଜିଲ୍ଲାରେ ଜଣେ 5 ବର୍ଷର ଶିଶୁ କନ୍ୟାର ମୃତ୍ୟୁକୁ ନେଇ ଉତ୍ତେଜନା ଦେଖା ଦେଇଛି. ଶିଶୁ କନ୍ୟାର ମୃତ୍ୟୁ ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି. ସୂଚନା ଅନୁସାରେ, ବସ୍ତା ଥାନା ଅନ୍ତର୍ଗତ ଶିଆଳିପଦା ଗାଁର 5 ବର୍ଷର ଶିଶୁ ଲକ୍ଷ୍ମୀପ୍ରିୟା ରାଉତ ଟ୍ୟୁମର ଅପରେସନ ପାଇଁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ. ମାତ୍ର ଗତକାଲି ରାତିରେ ତାର ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାକୁ କଟକ ନେବା ପାଇଁ ପରାମର୍ଶ ଦେଇଥିଲେ. ପରେ ପରିବାର ଲୋକେ କଟକ ନେବା ବାଟରେ ଶିଶୁ କନ୍ୟାଟିର ମୃତ୍ୟୁ ହୋଇଥିଲା. ତେବେ ଡାକ୍ତରଙ୍କ ଚିକିତ୍ସାରେ ବିଳମ୍ବ ହେବାରୁ ପିଲାଟିର ମୃତ୍ୟୁ ହେଲା ବୋଲି ପରିବାର ଲୋକେ କହିଛନ୍ତି. ମୁଖ୍ୟ ଡାକ୍ତରଖାନା ସାମ୍ନାରେ ଶବ ରଖି କ୍ଷତିପୂରଣ ଦାବି କରିବା ସହ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପରିବାର ଲୋକେ ଦାବି କରିଛନ୍ତି.

LEAVE A REPLY

Please enter your comment!
Please enter your name here