ଗତକାଲି ରାତିରେ ରାଜଧାନୀ ଭୁବନେଶ୍ୱରର ଏର ଗହଣା ଦୋକାନରୁ ଲୁଟ ହୋଇଛି. ଲୁଟେରାମାନେ 30 ଲକ୍ଷ ଟଙ୍କାର ଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି. ସୂଚନା ଅନୁସାରେ, ଏହି ଲୁଟ ନୟାପଲ୍ଲୀସ୍ଥିତ ଇନ୍ଦ୍ରଧନୁ ମାର୍କେଟରେ ଥିବା ଏକ ଗହଣା ଦୋକାନରୁ ହୋଇଛି. ଗହଣା ବ୍ୟବସାୟୀ ଜଣକ ତଳେ ସୁନା ଭର୍ତ୍ତି ବ୍ୟାଗ ରଖି ଦୋକାନ ତାଲା ପକାଉଥିବା ସମୟରେ ଲୁଟେରା ମାନେ ସେହି ବ୍ୟାଗକୁ ଝାମ୍ପି ନେଇ ଫେରାର ହୋଇଯାଇଥିଲେ. ଏହାର ପୁରା ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି. ଏହି ଘଟଣା ପରେ ଦୋକାନୀ ମାଲିକ ଥାନାରେ ଅଭିଯୋଗ କରିଛନ୍ତି. ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି.

LEAVE A REPLY

Please enter your comment!
Please enter your name here