ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେଡି ସାଂସଦ ଅର୍ଜୁୁନ ସେଠୀ ଶନିବାର ବିଜେଡିରୁ ଇସ୍ତଫା ଦେଇଛନ୍ତି । ପୁଅ ଅଭିମନୁ୍ୟକୁ ଟିକେଟ ଦେବା ପାଇଁ ସେ ଆବେଦନ କରିଥିଲେ । ମାତ୍ର ବିଜେଡି ଟିକେଟ ଘୋଷଣା ପରେ ତାଲିକାରେ ବାପ-ପୁଅ କାହାରି ନାଁ ନଥିଲା । ଦଳ ଯାହାକୁ ଟିକେଟ ଦେଇଛି ସେମାନଙ୍କର କୌଣସି ସ୍ଥିତି ନାହିଁ ବୋଲି କହିଛନ୍ତି ଅର୍ଜୁୁନ । ଦଳ ନିଷ୍ପତ୍ତିରେ ମର୍ମାହତ ଅର୍ଜୁନ ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ସହ ଲୋକସଭା ସାଂସଦ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଥିବା ଇସ୍ତଫା ପତ୍ରରେ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here