କୌଣସି ବ୍ୟକ୍ତି ନୁହେଁ, ବରଂ ଜଣେ କୁକୁର ହେଉଛି ଦୋକାନ ମାଲିକ. କୁକୁରଟି ନିଜେ ଦୋକାନ ଖୋଲୁଛି ଏବଂ ନିଜେ ଦୋକାନ ବନ୍ଦ କରୁଛି. ଏହାଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ. ହେଲେ ଏହା ସତ. ଜାପାନର ହୋକାଇଡୋରେ ଏଭଳି ଭିନ୍ନ ଦୃଶ୍ୟ ସାମ୍ନାକୁ ଆସିଛି. କୁକୁରଟି ନିଜର ଦୋକାନ ଖୋଲିଛି. ତିନି ବର୍ଷର ଏହି କୁକୁରର ନାମ କେନ-କୁନ. ଏହି କୁକୁରଟି ହୋକାଇଡୋରେ ମିଠା ଆଳୁ ବିକ୍ରି କରେ. ଭିନ୍ନ ଅନ୍ଦାଜରେ ଗ୍ରାହକଙ୍କଠୁ ପଇସା ନେବା ସହ ପଟାଟୋ ମଧ୍ୟ ବିକ୍ରି କରେ. ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି. ସେଠାରେ ଲେଖା ହୋଇଛି ଯେ, ‘ଯେହେତୁ ମୁଁ ଗୋଟିଏ କୁକୁର, ସେଥିପାଇଁ ଖୋଲାରେ ଆପଣଙ୍କୁ ଜିନିଷ ଦେଇପାରୁନାହିଁ’. ସେହି ଦୋକାନରେ ସାମଗ୍ରୀକୁ ପରିମାଣ ଅନୁଯାୟୀ ପ୍ୟାକ କରି ରଖାଯାଇଛି. ଗ୍ରାହକମାନେ ନିଜ ପସନ୍ଦ ଅନୁସାରେ ଜିନିଷ ନେଇ ବକ୍ସରେ ପଇସା ରଖୁଛନ୍ତି. ତେବେ ଖାସ କଥା ହେଲା, ଗ୍ରାହକ ଜିନିଷ କିଣିବା ପାଇଁ ଯେତିକି ଆଗ୍ରହୀ ନୁହନ୍ତି, ସେତିକି କୁକୁରଟିକୁ ଦେଖିବା ପାଇଁ ଭିଡ ଜମାଉଛନ୍ତି. କେନ-କୁନର ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି.

LEAVE A REPLY

Please enter your comment!
Please enter your name here