କଂଗ୍ରେସ ପକ୍ଷରୁ ମଙ୍ଗଳବାର ନିର୍ବାଚନୀ ଘୋଷଣାପତ୍ର ‘ଜନ୍ ଆୱାଜ’(ଲୋକଙ୍କ ସ୍ବର) ଜାରି ହୋଇଛି। ଏଥିରେ ଗରିବଙ୍କ ଜମାଖାତାକୁ ବର୍ଷରେ ୭୨ ହଜାର ଟଙ୍କା ଦିଆଯିବାର ପ୍ରତିଶ୍ରୁତି ରହିଛି। ଏହା ଦ୍ୱାରା ଦେଶର ଅସଂଖ୍ୟ ଗରିବ, ଖଟିଖିଆ, ଚାଷୀ ମୁଲିଆ ଉପକୃତ ହୋଇପାରିବେ ବୋଲି କଂଗ୍ରେସ ଅଧକ୍ଷ୍ୟ ରାହୁଲ ଗାନ୍ଧି କହିଛନ୍ତି । ଏହି ଘୋଷଣା ଅବସରରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ୨୦ରୁ ଅଧିକ ରାଜ୍ୟର ଲୋକଙ୍କ ପ୍ରସ୍ତାବ ଆଧାରରେ ଏହି ନିର୍ବାଚନୀ ଘୋଷଣାପତ୍ର ପ୍ରସ୍ତୁତ କରାଯାଇଥିବା କୁହାଯାଉଛି। ଘୋଷଣା ପତ୍ରରେ ବେରୋଜଗାର, ଚାଷୀ ସମସ୍ୟା ଆଦିକୁ ଗୁରୁତ୍ୱ ଦିଆଯାଇଛି।