ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମାଓବାଦୀଙ୍କ ଦୁର୍ଗ କୁହାଯାଉଥିବା ମାଲକାନଗିରି କାଲିମେଳାରେ ନିର୍ବାଚନ ପ୍ରଚାର କରିଛନ୍ତି. ନବରଙ୍ଗପୁର ସାଂସଦ ପ୍ରାର୍ଥୀ ରମେଶ ମାଝୀ ଓ ଚିତ୍ରକୋଣ୍ଡା ବିଧାୟକ ପ୍ରାର୍ଥୀ ମୁକୁନ୍ଦ ସୋଢୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିବା ସହ ବିରୋଧୀଙ୍କୁ କଟୁ ସମାଲୋଚନା କରିଛନ୍ତି. ଆୟୋଜିତ ସମାବେଶରେ ଉଦବୋଧନ ଦେଇ ନବୀନ କହିଛନ୍ତି, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିରୋଧୀ ଦଳର କେନ୍ଦ୍ରୀୟ ନେତାମାନେ କେଉଁଠି ଥିଲେ.ଏବେ ଭୋଟ ମାଗିବା ପାଇଁ ଚାଲି ଆସୁଛନ୍ତି. ସେ ଗତ କୋଡିଏ ବର୍ଷ ଧରି ଓଡିଶାର ଲୋକଙ୍କ ସହ ଅଛନ୍ତି ଏବଂ ଆଗକୁ ମଧ୍ୟ ରହିବେ ବୋଲି କହିଥିଲେ. ମାଲକାନଗିରିରେ ରହୁଥିବା ବଙ୍ଗାଳୀ ଲୋକଙ୍କ ସମସ୍ୟା ଦେଖିବାକୁ ଆସିଛନ୍ତି ଏବଂ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ସେ ବଦ୍ଧପରିକର ବୋଲି କହିଛନ୍ତି. ନବୀନ ଆଜି ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ନିର୍ବାଚନ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି.

LEAVE A REPLY

Please enter your comment!
Please enter your name here