ଶାରଦୀୟ ଦୂର୍ଗାପୂଜାକୁ ନେଇ ସାରା ରାଜ୍ୟ ଉତ୍ସବମୁଖର. ଦଶହରାରେ ଦେବୀ ଦର୍ଶନ ପାଇଁ ଛତିଶଗଡରୁ ବାହାରିଥିଲେ ତୀର୍ଥଯାତ୍ରୀ. ମାତ୍ର ସବୁ ଖୁସି ଶେଷ ହୋଇଗଲା. ମୂହୁର୍ତ୍ତକ ମଧ୍ୟରେ ଆଖି ବୁଜିଦେଲେ ୧୦ ତୀର୍ଥଯାତ୍ରୀ.
ସୂଚନା ଅନୁଯାୟୀ ନୂଆପଡା ଜିଲ୍ଲା କୋମନାରେ ବୈଷ୍ଣୋଦେବୀ ମନ୍ଦିର ଦର୍ଶନ ସାରି ତୀର୍ଥଯାତ୍ରୀମାନେ ବୋଲେରୋରେ ଫେରୁଥିବାବେଳେ ରାତି ପ୍ରାୟ ୨ଟା ସମୟରେ ସିଲଦା ନିକଟରେ ଏକ ଟ୍ରକ୍ ବୋଲେରୋକୁ ସାମ୍ନା ପଟରୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଦଶ ଜଣ ତୀର୍ଥଯାତ୍ରୀ ମୃତ୍ୟୁବରଣ କରିଛନ୍ତି. ମୃତକଙ୍କ ମଧ୍ୟରେ ୪ମହିଳା ଓ ୬ଜଣ ପୁରୁଷ ଅଛନ୍ତି । ସମସ୍ତ ମୃତକ ଛତିଶଗଡର ମହାସମୂନ୍ଦ ଅଞ୍ଚଳର ବୋଲି ଜଣାପଡିଛି । ମୃତକମାନେ ହେଲେ ମୁକେଶ ଅଗ୍ରଓାଲ୍ , ମେଘନାଦ ନିଶଦ , ସୁରଜିୀତ ସିଂ ଜବଡା , ଦିନେଶ ଦଣ୍ଡସେନା, ଚାନ୍ଦିନି ଦଣ୍ଡଶେନା, ଭାରତୀ ଦଣ୍ଡସେନା ,ଭାରତୀ ଦଣ୍ଡସେନା , ମୀନା ପାରେଶ୍ୱରୀ ନେତାମ,ଧରମେନ ନେତାମ ଓ ଧନଞ୍ଜୟ ଦଣ୍ଡସେନା । ପୋଲିସ ତଦନ୍ତରୁ ଜଣାପଡିଛି ଯେ,ମୃତକମାନଙ୍କ ଭିତରୁ ଗୋଟିଏ ପରିବାରର ୪ଜଣଙ୍କ ମୃତ୍ୟୁ ଘଟିଛି ।

LEAVE A REPLY

Please enter your comment!
Please enter your name here