ବାଲେଶ୍ୱର କୁଲଡିହା ଅଭୟାରଣ୍ୟ ଭାଲିଆପୋଷୀ ଗାଁରୁ ଆଜି ବନ ବିଭାଗ ହରିଣ ଚମଡା,ଶିଙ୍ଗ ସହ ଦୁଇଜଣ ଶିକାରୀଙ୍କୁ ଗିରଫ କରିଛି ।ବାଲେଶ୍ୱର ଜିଲ୍ଲା କୁଲଡିହା ଅଭୟାରଣ୍ୟ ରେଞ୍ଜ ଭାଲିଆପୋଷୀ ଗାଁରେ ଆଜି ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ହରିଣ ଚମଡା,ଶିଙ୍ଗ ସହ ତିନୋଟି ବନ୍ଧୁକ ଜବତ କରାଯାଇଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଶିକାରୀଙ୍କ ମଧ୍ୟ ବନ ବିଭାଗ ଗିରଫ କରିଛି । ଗିରଫ ହୋଇଥିବା ଦୁଇଜଣ ଶିକାରୀ କୁଲଡିହା ଅଭୟାରଣ୍ୟ ପାଖରେ ଅସ୍ଥାୟୀ ଘର କରି ରହୁଥିଲେ । କିନ୍ତୁ ପ୍ରକୃତରେ ସେମାନଙ୍କ ଘର ମୟୁରଭଞ୍ଜରେ ବୋଲି କୁଲଡିହା ଏସଏଫଓ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here