ଆଜି ତାତିରେ ରାଜଧାନୀ ଭୁବନେଶ୍ବର ରେକର୍ଡ ଭାଙ୍ଗିବା ପରେ ପାଣିପାଗ ବିଭାଗ ଆହୁରି ତିନିଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରେ ନିଆଁ ବର୍ଷିବ ବୋଲି ସତର୍କ କରାଇ ଦେଇଛି । ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଆସନ୍ତା 25 ରୁ 27 ତାରିଖ ଯାଏଁ 3 ରୁ 5 ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି । 25ରେ ସୋନପୁର, ବୌଦ୍ଧ ଓ ବଲାଙ୍ଗୀରରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହର ସମ୍ଭାବନା ରହିଛି । 26ରେ ଏହା ସୋନପୁର, ବୌଦ୍ଧ, ବଲାଙ୍ଗୀର ସମେତ ମୟୁରଭଞ୍ଜକୁ ବ୍ୟାପିବ । 27ରେ ଗ୍ରୀଷ୍ମପ୍ରବାହ ଏସମସ୍ତ ଜିଲ୍ଲା ସମେତ କଳାହାଣ୍ଡିକୁ ଆକ୍ରାନ୍ତ କରିବ । ତେଣୁ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସତର୍କ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି ।

LEAVE A REPLY

Please enter your comment!
Please enter your name here