ଭୁବନେଶ୍ଵରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ସ୍ଵତନ୍ତ୍ର ବିମାନଯୋଗେ ବିଜୁ ପଟ୍ଟନାୟକ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ପହଞ୍ଚିଥିଲେ ମୋଦି । ବିମାନ ବନ୍ଦରରେ  ଦଳର  ବରିଷ୍ଠ ନେତାମାନେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦେଇ ମୋଦିଙ୍କୁ ସ୍ୱାଗତ କରିଥିଲେ । ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ବିଶାଳ ରୋଡ୍ ଶୋରେ ବିମାନ ବନ୍ଦରରୁ ବରମୁଣ୍ଡା ପଡିଆ ଅଭିମୁଖେ ବାହାରିଛନ୍ତି ।  ବରମୁଣ୍ଡାରେ ପହଁଞ୍ଚି ନିର୍ବାଚନୀ ସଭାରେ ଜନସଭାକୁ ସମ୍ବୋଧିତ କରିବେ ମୋଦି ।  ପିଏମ ମୋଦୀ ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବାହାରି ଏୟାରପୋର୍ଟ ଛକ, ଗଙ୍ଗନଗର ଛକ, ଓୟୁଏଟି ଛକ ଏବଂ ଶିରିପୁର ଛକ ଦେଇ ସିଟି ମହିଳା ମହାବିଦ୍ୟାଳୟ ପାଖରେ ଥିବା ବାମ ପାର୍ଶ୍ୱ ବୁଲି ବରମୁଣ୍ଡା ଶିବ ମନ୍ଦିର ଦେଇ ବରମୁଣ୍ଡା ପଡ଼ିଆରେ ପହଁଞ୍ଚିବେ । ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଆଜି ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମ୍ବଲପୁର ଜିଲ୍ଲାର ହୀରାକୁଦ ରୋଡ ଲୋରପଙ୍କ ଠାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ  ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here