ଝିଅକୁ ସାଲ୍ୟୁଟ କଲେ ବାପା । ହାଇଦ୍ରାବାଦ ନିକଟ କାଙ୍ଗରା କୈଲାଠାରେ ଆୟୋଜିତ ଏକ ସଭାରେ ଏମିତି ଘଟଣା ଦେଖିବାକୁ ମିଳିଛି । ବାପା ହେଉଛନ୍ତି ତେଲେଙ୍ଗାନା ରାଜ୍ୟର ମାଲକାନଗ୍ରି ଡିସିପି ଉମା ମାହେଶ୍ୱର ଶର୍ମା । ମାତ୍ର ଭରପୁର ସଭାରେ ଏମିତି ପରିସ୍ଥିତି ସୃଷ୍ଟି ହେଲା, ଡିସିପି ଉମା ମାହେଶ୍ୱରଙ୍କୁ ସମସ୍ତଙ୍କ ସାମନାରେ ଝିଅକୁ ସାଲ୍ୟୁଟ କରିବାକୁ ପଡିଲା । ଘଟଣା ହେଉଛି ଏମିତି । ହାଇଦ୍ରାବାଦ ନିକଟ କାଙ୍ଗରା କୈଲାଠାରେ ଆୟୋଜିତ ଏକ ସଭାରେ ଡିସିପି ଉମା ମାହେଶ୍ୱର ତାଙ୍କ ଝିଅ ସିନ୍ଧୁ ଶର୍ମାଙ୍କ ସାମନାସାମନି ହେବା ମାତ୍ରେ ତାଙ୍କୁ ସାଲ୍ୟୁଟ କଲେ । ଝିଅକୁ ସାଲ୍ୟୁଟ କରିବା ଦେଖି ସାଧାରଣ ଲୋକ ବି ଆଶ୍ଚର୍ଯ୍ୟ ହୋଇଗଲେ । ସାଲ୍ୟୁଟ କରୁଥିବା ବାପା ବି ମନେ ମନେ ଝିଅକୁ ନେଇ ଗର୍ବିତ ହେଉଥିଲେ । ମାଲକାନଗ୍ରି (ତେଲେଙ୍ଗାନା)ର ଡେପୁଟି କମିଶନର ଅଫ ପୋଲିସ (ଡିସିପି) ଉମା ମହେଶ୍ୱର ଶର୍ମା ଆସନ୍ତା ବର୍ଷ ଅବସର ନେବେ । ସବ୍ ଇନ୍ସପେକ୍ଟର ଭାବେ ଚାକିରି ଆରମ୍ଭ କରିଥିବା ଶର୍ମା ୩୦ ବର୍ଷ ମଧ୍ୟରେ ଡିସିପି ପଦରେ ପହଁଞ୍ଚିଛନ୍ତି । ହେଲେ ବର୍ତ୍ତମାନ ସେ ନନ୍ ଆଇପିଏସ କ୍ୟାଡରର ଡିସିପି । ତାଙ୍କ ଝିଅ ସିନ୍ଧୁ ଶର୍ମା ବର୍ତ୍ତମାନ ତେଲେଙ୍ଗାନା ଜଗତିଆଲ ଜିଲ୍ଲାରେ ପୋଲିସ ଅଧୀକ୍ଷକ ଭାବେ ଅବସ୍ଥାପିତ ହୋଇଛନ୍ତି । ୨୦୧୪ ବ୍ୟାଚର ଏହି ଆଇପିଏସ ଅଫିସର ରବିବାର ତେଲେଙ୍ଗାନା ରାଷ୍ଟ୍ରୀୟ ସମିତିର ଏକ ସଭାକୁ ଆସିଥିବାବେଳେ ପିତାପୁତ୍ରୀଙ୍କର ସାକ୍ଷାତ ହୋଇଥିଲା । ଏହି ଅବସରରେ ପିତା ତଥା ମାଲକାନଗ୍ରି ଡିସିପି, ଆଇପିଏସ ଝିଅଙ୍କୁ ସାଲୁ୍ୟଟ କରିବା ଦୃଶ୍ୟ ଥିଲା ସବୁଠୁ ନିଆରା । ଏବେ ଏମିତି କିଛି ଭିଡିଓ ଗଣମାଧ୍ୟମରେ ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here